Advertisment

ପ୍ରକାଶ ପାଇଲା CBSE ଦଶମ ପରୀକ୍ଷା ଫଳ

୨୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ଅଦ୍ୟତନ ହୋଇଛି
CBSE 10th result

CBSE 10th result

Advertisment

ପ୍ରକାଶ ପାଇଲା CBSE ଦଶମ ପରୀକ୍ଷା ଫଳ। http://cbse.nic.in ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହୋଇଛି। ଟର୍ମ-୨ ପରୀକ୍ଷା ସହ ଫାଇନାଲ ରେଜଲ୍ଟ ପ୍ରକାଶ ପାଇଛି। ୨୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। CBSE ଦଶମରେ ପାସ୍ ହାର ୯୪.୪୦ ପ୍ରତିଶତ ରହିଛି। ତ୍ରିଭେନ୍ଦ୍ରମ ରିଜିଅନରେ ସର୍ବାଧିକ ୯୯.୬୮% ପାସ୍ କରିଥିବା ବେଳେ ଗୌହାଟୀ ରିଜିଅନରେ ସର୍ବନିମ୍ନ ୮୨.୨୩% ପାସ୍ ରହିଛି। ସେହିପରି ଭୁବନେଶ୍ୱର ରିଜିଅନରେ ପାସ୍ ହାର ୯୬.୪୬% ରହିଛି।

Advertisment

ସୂଚନା ଅନୁସାରେ, କରୋନା କଟକଣା ପରେ ପ୍ରଥମଥର ପାଇଁ ଅଫଲାଇନ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏପ୍ରିଲ ୨୬ରୁ ମେ’ ୨୪ ଯାଏ CBSE ଦଶମ ପରୀକ୍ଷା ହୋଇଥିଲା। ଚଳିତ ବର୍ଷ ୨ଟି ଟର୍ମରେ CBSE ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

Advertisment
CBSE Result 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ