Advertisment

ସିବିଏସ୍ଇର ସମସ୍ତ ରିଜିଅନ୍ ମଧ୍ୟରୁ ତ୍ରିଭେନ୍ଦ୍ରମ୍ ଆଗରେ

ପ୍ରକାଶ ପାଇଲା ସିବିଏସଇ ରେଜଲ୍ଟ। ଦ୍ୱାଦଶରେ ୯୨.୭୧ ପ୍ରତିଶତ, ଦଶମରେ ୯୪.୪୦ ପାସ୍‌ ହାର। ଉଭୟରେ ଟପ୍‌ରେ ତ୍ରିଭେନ୍ଦ୍ରମ୍ ରିଜିଅନ୍। ଏଥର ବି ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ।

CBSE Result, Trivendram in Top

CBSE Result, Trivendram in Top

Advertisment

ପ୍ରକାଶ ପାଇଛି ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ। ଦଶମରେ ଚଳିତବର୍ଷ ୨୧ ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେଇଥିବା ବେଳେ କୃତକାର୍ଯ୍ୟ ହୋଇଛନ୍ତି ୯୪.୪ ପ୍ରତିଶତ। ସିବିଏସ୍ଇର ସମସ୍ତ ୧୬ଟି ରିଜିଅନ୍ ମଧ୍ୟରୁ ତ୍ରିଭେନ୍ଦ୍ରମ୍ ସବୁଠୁ ଆଗରେ ରହିଛି। ଏଠାରେ ପାସ୍ ହାର ରହିଛି ୯୯.୬୮ ପ୍ରତିଶତ। ଗୌହାଟି ଜୋନ୍‌ରେ ସର୍ବନିମ୍ନ ୮୨.୨୩ ପ୍ରତିଶତ ପିଲା ପାସ୍ ହୋଇଛନ୍ତି।

Advertisment

ଭୁବନେଶ୍ୱର ଜୋନ୍ ସପ୍ତମ ସ୍ଥାନରେ ଥିବାବେଳେ ପାସ୍ ହାର ରହିଛି ୯୬.୪୬ ପ୍ରତିଶତ। ୨୦୨୧ରେ ଦଶମରେ ସର୍ବଭାରତୀୟ ପାସ୍ ହାର ୯୯.୦୪ , ୨୦୨୦ ରେ ୯୧.୪୬ ଓ ୨୦୧୯ରେ ୯୧.୧୦ ପ୍ରତିଶତ ରହିଥିଲା। ସେ ଦୃଷ୍ଟିରୁ କୋଭିଡ୍‌ ସତ୍ତ୍ୱେ ଏବ ର୍ଷ ରେଜଲ୍ଟ ଅପେକ୍ଷାକୃତ ଭଲ ହୋଇଛି। ରେଜଲ୍ଟ ବାହାରିବା ପରେ ସଫଳ ଛାତ୍ରଛାତ୍ରୀ ପରସ୍ପରକୁ ମିଠା ଖୁଆଇ ସେଲିବ୍ରେଟ୍‌ କରିଛନ୍ତି।

ସେପଟେ ସିବିଏସଇ ଦ୍ୱାଦଶରେ ୧୪ ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେଇଥିବା ବେଳେ ପାସ୍‌ ହାର ରହିଛି ୯୨. ୭୧ ପ୍ରତିଶତ। ଦ୍ୱାଦଶରେ ବି ତ୍ରିଭେନ୍ଦମ ରିଜିୟନ ସବୁଠୁ ଆଗରେ ଥିବାବେଳେ ଭୁବନେଶ୍ୱର ୧୩ ନମ୍ବର ସ୍ଥାନରେ ରହିଛି। ଗତ ବର୍ଷଠାରୁ ଭୁବନେଶ୍ୱର ରିଜିୟନର ପାସ୍‌ ହାର ଢେର୍ କମ୍ ରହିଛି। ଗତ ବର୍ଷ ବିକଳ୍ପ ମୂଲ୍ୟାୟନ ହେତୁ ପାସ୍ ହାର ୯୯.୩୭ ପ୍ରତିଶତ ରହିଥିଲା। ତେବେ ଏ ବର୍ଷ ଟର୍ମ ଓ୍ୱାନ୍ ଓ ଟର୍ମ ଟୁ ଢାଞ୍ଚାରେ ପରୀକ୍ଷା ହୋଇଥିଲେ ବି ପାସ୍ ହାର ହ୍ରାସ ପାଇଛି।

Advertisment

କୋଭିଡ୍‌ ସମୟରେ ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ କ୍ଲାସ୍‌ ଯୋଗୁଁ ଅନେକ ଦ୍ୱିଧା ଭିତରେ ପିଲା ପରୀକ୍ଷା ଦେଇଥିଲେ। ଅନ୍ୟପକ୍ଷରେ ମହାମାରୀ ଆଶଙ୍କାକୁ ଦେଖି ଉଭୟ ଦଶମ ଏବଂ ଦ୍ୱାଦଶର ଦୁଇଟି ଟର୍ମରେ ପରୀକ୍ଷା କରାଯାଇଥିଲା।

(ରିପୋର୍ଟ: ରାଉରକେଲାରୁ ପବନ ତିଓ୍ୱାରୀ ଓ ଭୁବନେଶ୍ୱରରୁ ବିବର୍ତ୍ତନ ପଣ୍ଡା)

CBSE Results
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ