Advertisment

ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଘଟିଲା ଅନ୍ତ, ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ

ଆଜି CBSE ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ଅଫିସିଆଲ୍‌ ୱେବ୍‌ସାଇଟ୍‌ cbseresults.nic.in and results.cbse.nic.in ରେ ରେଜଲ୍ଟ ଚେକ୍‌ କରିପାରିବେ।

ଅଦ୍ୟତନ ହୋଇଛି
 CBSE Class 12 results 2022 out

CBSE Class 12 results 2022 out

Advertisment

ଆଜି CBSE ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ଅଫିସିଆଲ୍‌ ୱେବ୍‌ସାଇଟ୍‌ cbseresults.nic.in, cbse.nic.in ରେ ରେଜଲ୍ଟ ଚେକ୍‌ କରିପାରିବେ। ଛାତ୍ରଛାତ୍ରୀମାନେ ଏହି ୱେବ୍‌ସାଇଟ୍‌ରୁ ସେମାନଙ୍କର ସ୍କୋର୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ଚଳିତ ବର୍ଷ CBSE ଦ୍ୱାଦଶରେ ମୋଟ୍‌ ପାସ୍‌ ହାର ୯୨.୭୧% ରହିଛି। ୯୪.୫୪% ଛାତ୍ରୀ ପାସ୍‌ କରିଥିବା ବେଳେ ୯୧.୨୫% ଛାତ୍ର ପାସ୍‌ କରିଛନ୍ତି।

Advertisment

ଠିକ୍‌ ସମୟରେ CBSE ବୋର୍ଡ ପରୀକ୍ଷା ରେଜଲ୍ଟ ବାହାରିବ ବୋଲି ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଥିଲେ। ସୂଚନାଥାଉ କି, ୧୪,୫୪,୩୭୦ ଜଣ ଛାତ୍ରଛାତ୍ରୀ CBSE ଦ୍ୱାଦଶ ପରୀକ୍ଷା ଦେଇଥିଲେ। 

ଜାଣନ୍ତୁ, କେମିତି ଚେକ୍‌ କରିବେ ରେଜଲ୍ଟ...

  • ଅଫିସିଆଲ୍‌ ୱେବ୍‌ସାଇଟ୍‌ digilocker.gov.in କୁ ଯାଆନ୍ତୁ
  • ଆଧାରକାର୍ଡ ନମ୍ବର ଓ ଅନ୍ୟାନ୍ୟ ତଥ୍ୟ ଦିଅନ୍ତୁ
  • ଏହାପରେ ' CBSE 12th results 2022' ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ
  • ସ୍କ୍ରିନ୍‌ ଉପରେ ମାର୍କଶିଟ୍‌ ଦେଖାଇବା ପରେ ଛାତ୍ରଛାତ୍ରୀ ଏହାକୁ ଡାଉନ୍‌ଲୋଡ୍‌ କରିପାରିବେ
Advertisment

ସୂଚନାଥାଉ କି, ଚଳିତ ବର୍ଷ ୨ଟି ଟର୍ମରେ CBSE ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏପ୍ରିଲ ୨୬ରୁ ଜୁନ୍‌ ୧୫ ଯାଏ CBSE ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସେହିପରି ଏପ୍ରିଲ ୨୬ରୁ ମେ’ ୨୪ ଯାଏ CBSE ଦଶମ ପରୀକ୍ଷା ହୋଇଥିଲା। CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାର ପାସ୍‌ ମାର୍କ ୩୩% ରହିଛି। ମହାମାରୀ କରୋନା କଟକଣା ହଟିବା ପରେ ପ୍ରଥମଥର ପାଇଁ ଛାତ୍ରଛାତ୍ରୀ ଚଳିତ ବର୍ଷ ଅଫଲାଇନ୍ ପରୀକ୍ଷା ଦେଇଥିଲେ। 

CBSE Results CBSE 12th Result
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ