CBSE Exam
ଆଜିଠୁ ଆରମ୍ଭ ହେଉଛି CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା।ଉଭୟ ଶ୍ରେଣୀର ଥିଓରୀ ପରୀକ୍ଷା ଆଜିଠାରୁ ଆରମ୍ଭ ହେବ। ସକାଳ ୧୦ଟା ୩୦ରେ ପରୀକ୍ଷା ଆରମ୍ଭ ହୋଇ ୧ଟା ୩୦ ଯାଏଁ ଚାଲିବ।
ଦେଶବ୍ୟାପୀ ୩ ହଜାରରୁ ଅଧିକ କେନ୍ଦ୍ରରେ ପ୍ରାୟ ୪୪ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ୩୦ ମିନିଟ ପୂର୍ବରୁ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି। ଦଶମ ପରୀକ୍ଷା ମାର୍ଚ୍ଚ ୧୦ରେ ସରିବାକୁ ଥିବା ବେଳେ ଦ୍ୱାଦଶ ପରୀକ୍ଷା ଏପ୍ରିଲ ୪ ତାରିଖରେ ସରିବ।
ଫେବ୍ରୁଆରୀ ୧୫ରେ ଦଶମର ଇଂରାଜୀ ଏବଂ ୨୦ ତାରିଖରେ ବିଜ୍ଞାନ ପରୀକ୍ଷା ହେବ। ସେହିପରି ୨୨ ତାରିଖରେ ସଂସ୍କୃତ, ୨୫ ତାରିଖରେ ସାମାଜିକ ବିଜ୍ଞାନ, ୨୮ ତାରିଖରେ ହିନ୍ଦୀ ପରୀକ୍ଷା ହେବ। ସେହିପରି ମାର୍ଚ୍ଚ ୧୦ରେ ଗଣିତ, ୧୭ରେ ଓଡ଼ିଆ ଏବଂ ୧୮ ତାରିଖରେ ହେବ କମ୍ପ୍ୟୁଟର ବିଷୟ ପରୀକ୍ଷା।
ସୂଚନାଯୋଗ୍ୟ, ଫେବ୍ରୁଆରୀ ୨୧ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବା ବେଳେ, ପ୍ରଥମ ଦିନ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ। ଏହାପରେ ଫେବ୍ରୁଆରୀ ୨୪ରେ ଦ୍ୱିତୀୟ ଭାଷା ଇଂରାଜୀ, ୨୭ରେ ଗଣିତ, ମାର୍ଚ୍ଚ ୧ରେ ବିଜ୍ଞାନ, ମାର୍ଚ୍ଚ ୩ରେ ସାମାଜିକ ବିଜ୍ଞାନ ଏବଂ ଶେଷ ଦିନ ମାର୍ଚ୍ଚ ୬ରେ ତୃତୀୟ ଭାଷା ହିନ୍ଦୀ ବା ସଂସ୍କୃତ ଆଦି ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ସବୁ ପରୀକ୍ଷା ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ । ତେବେ କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ମିଳିବ ଏବଂ ଏହା ୧୧ଟା ୪୫ରେ ସରିବ ।
ମାଟ୍ରିକ୍ ପରୀକ୍ଷା ଛାତ୍ରଛାତ୍ରୀଙ୍କ କ୍ୟାରିୟରର ଏକ ବଡ଼ ସୋପାନ ହୋଇଥିବା ବେଳେ, ଏଥିପାଇଁ ଗତ ୩ ତାରିଖରୁ ଆରମ୍ଭ ହୋଇଛି ଫର୍ମ ଫିଲପ୍ । ନଭେମ୍ବର ୧୮ରେ ଫର୍ମ ପୂରଣ ସରିବା ପରେ, ପରୀକ୍ଷାର୍ଥୀଙ୍କ ସଂଖ୍ୟା ସ୍ପଷ୍ଟ ହେବ । TLV ଓ ଭୋକେସନାଲ୍ ଟ୍ରେଡ୍ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୫୦ ମାର୍କର ସବଜେକ୍ଟିଭ୍ ଓ ୫୦ ମାର୍କର ଅବଜେକ୍ଟିଭ୍ ପ୍ରଶ୍ନ ଆସିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/CBSE_Exam__1739592745.jpg)