Advertisment

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି : ଅଭିଯୋଗକୁ ସ୍ୱୀକାର କଲା ବୋର୍ଡ

ମୂଲ୍ୟାୟନ ସମୟରେ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି।

ଅଦ୍ୟତନ ହୋଇଛି
Errors in BSE matric exam paper

Errors in BSE matric exam paper

Advertisment

ମାଟ୍ରିକ ପରୀକ୍ଷା ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ବିଭ୍ରାଟ । ଏଭଳି ଅଭିଯୋଗ ରାଜ୍ୟର ବିଭିନ୍ନ ସ୍କୁଲରୁ ଆସିଛି । ଜଗତସିଂହପୁର, ନୟାଗଡ, ଢେଙ୍କାନାଳ ଓ ପାରଳାଖେମୁଣ୍ଡିର ଛାତ୍ରଛାତ୍ରୀମାନେ ବି ସେଟ୍ ପ୍ରଶ୍ନପତ୍ରରେ ଏ ସେଟର ପ୍ରଶ୍ନ ରହିଥିବା ଅଭିଯୋଗ କରିଛନ୍ତି । ଏପରିକି ୧୯ ନମ୍ବର ପ୍ରଶ୍ନ ନଥିବା ସେମାନେ କହିଛନ୍ତି। ଏଥିଯୋଗୁଁ ଛାତ୍ରଛାତ୍ରୀମାନେ ୪୯ଟି ପ୍ରଶ୍ନର ଉତ୍ତର .ଦେଇଛନ୍ତି । ଓଏମଆର ବ୍ୟବସ୍ଥାରେ ଖାତା ଦେଖା ଯାଉଥିବାରୁ ଏଭଳି ବିଭ୍ରାଟ ପାଇଁ ମାର୍କ କମିବାର ଆଶଙ୍କା କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ ।

Advertisment

ସେପଟେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି ଅଭିଯୋଗକୁ ସ୍ୱୀକାର କରିଛନ୍ତି ବୋର୍ଡ କର୍ତ୍ତପକ୍ଷ । ସେଟ୍ ବି'ର ପ୍ରଶ୍ନପତ୍ରରେ କିଛି ମୁଦ୍ରଣଜନିତ ତ୍ରୁଟି ରହିଛି । ଏଥିପାଇଁ ଛାତ୍ରଛାତ୍ରୀମାନେ ଚିନ୍ତିତ ହୁଅନ୍ତୁନି, କୌଣସି ଅସୁବିଧା ହେବନି । ପରୀକ୍ଷା ଆଉ ଥରେ କରିବାର କୌଣସି ଆବଶ୍ୟକତା ନାହିଁ । ମୂଲ୍ୟାୟନ ସମୟରେ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ...

ସେପଟେ ବଲାଙ୍ଗିରରେ ଆଜି ପ୍ରଶ୍ନପତ୍ର ଭାଇରାଲକୁ ନେଇ ଚର୍ଚ୍ଚା ହୋଇଛି। ପରୀକ୍ଷା ଆରମ୍ଭ ପୂର୍ବରୁ ଭାଇରାଲ ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲକୁ ଘୁରି ବୁଲିଥିଲା। ସେପଟେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମଧ୍ୟ ଏହି ପ୍ରସଙ୍ଗକୁ ଆଜି ବିଧାନସଭା ଶୂନ୍ୟକାଳରେ ଉଠାଇଥିଲେ । ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ବାହାରେ ଘୁରି ବୁଲୁଛି ବୋଲି ଗୃହରେ କହିଛନ୍ତି ବିରୋଧୀ ଦଳ ନେତା। ଗୋଟିଏ ଅଡିଓ ବୁଲୁଛି, ଯେଉଁଥିରେ ପିଲାଙ୍କୁ କୁହାଯାଉଛି ୧୦ ହଜାର ଟଙ୍କା ଦେଲେ ଗୋଟିଏ ପ୍ରଶ୍ନ ପତ୍ର ମିଳିବ ।

Advertisment

ଆଉ ୪ଟା ଦରକାର ଥିଲେ ୪୦ ହଜାର ଦେବାକୁ ପଡିବ । ଏଇଟା କଣ 5-T ବୋଲି ସେ ପ୍ରଶ୍ନ କରିଛନ୍ତି । ସେପଟେ ପ୍ରଶ୍ନପତ୍ର ଭାଇରାଲ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ସେଭଳି କୌଣସି ରିପୋର୍ଟ ଆସିନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି କହିଛନ୍ତି ।

Matric Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ