Advertisment

ପ୍ରକାଶ ପାଇଲା ମାଟ୍ରିକ୍‌ ରେଜଲ୍ଟ, ପାସ୍‌ ହାର ୯୦.୫୫%

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ରେଜଲ୍ଟ। ଆଜି ଦିନ ୧ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହୋଇଛି।

ଅଦ୍ୟତନ ହୋଇଛି
BSE Odisha Matric Result 2022 Announced

BSE Odisha Matric Result 2022 Announced

Advertisment

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ରେଜଲ୍ଟ। ଆଜି ଦିନ ୧ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହୋଇଛି। ଆନୁଷ୍ଠାନିକ ଭାବେ ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରେଜଲ୍ଟ ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀମାନେ bseodisha.ac.in ୱେବ୍‌ସାଇଟ୍‌ରୁ ରେଜଲ୍ଟ ଜାଣିପାରିବେ।  ଏହାଛଡ଼ା SMS ଜରିଆରେ ବି ପରୀକ୍ଷାର୍ଥୀମାନେ ଫଳାଫଳ ସମ୍ପର୍କରେ ସୂଚନା ପାଇପାରିବେ।

Advertisment

ଆପଣ OR (10) ରୋଲ ନମ୍ବର ଲେଖି  ୫୬୭୬୭୫୦  ନମ୍ବରକୁ  SMS କଲେ ଆପଣ ପରୀକ୍ଷା ଫଳ ପାଇପାରିବେ। ମହାମାରୀ ଯୋଗୁ ୨ ବର୍ଷ ପରେ ଅଫ୍‌ଲାଇନ୍‌ରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ପ୍ରକାଶ ପାଇଲା ମାଟ୍ରିକ୍‌ ରେଜଲ୍ଟ...

  • ଚଳିତ ବର୍ଷ ମାଟ୍ରିକ୍‌ ପାସ୍‌ ହାର ୯୦.୫୫% ରହିଛି
  • ଚଳିତ ବର୍ଷ ୫ ଲକ୍ଷ ୨୬ ହଜାର ୮୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫, ୧୭, ୮୪୭ ଜଣ ପାସ୍‌ କରିଥିବା ବେଳେ ୮,୬୯୯ ଜଣ ଫେଲ୍‌ ହୋଇଛନ୍ତି।
  • ପାସ୍ କରିଥିବା ଛାତ୍ରଙ୍କ ସଂଖ୍ୟା- ୨, ୫୬, ୮୭୭
  • ପାସ୍ କରିଥିବା ଛାତ୍ରୀଙ୍କ ସଂଖ୍ୟା- ୨, ୬୦, ୯୭୦
  • ମାଲକାନଗିରିର ୨ଟି ସ୍କୁଲ୍‌ ଓ ଅନୁଗୁଳର ଗୋଟିଏ ସ୍କୁଲ୍‌ରେ ଫଳାଫଳ ଶୂନ ରହିଛି
  • ମାଲକାନଗିରିର ୨ଟି ସ୍କୁଲରେ ମୋଟ ୨ଟି ପିଲା ପଢୁଥିଲେ
  • ଅନୁଗୁଳର ଉକ୍ତ ସ୍କୁଲରେ ମାତ୍ର ୨ଟି ପିଲା ପଢୁଥିଲେ- ମନ୍ତ୍ରୀ
  • ୧୧୭୦ ସ୍କୁଲର ସମସ୍ତ ପିଲା ପରୀକ୍ଷାରେ ପାସ୍ କରିଛନ୍ତି
  • ମାଟ୍ରିକ ରେଜଲ୍ଟରେ ଅସନ୍ତୁଷ୍ଟ ପିଲା ରି-ଚେକିଂ କରାଇ ପାରିବେ
  • ରି-ଚେକିଂ ପାଇଁ ଜୁଲାଇ ୧୧ରୁ ଅନଲାଇନରେ ଆବେଦନ
  • ଜୁଲାଇ ୧୧ରୁ ୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ
  • A1ରେ ପାସ୍ କରିଛନ୍ତି ୮୧୧୯ ଛାତ୍ରଛାତ୍ରୀ
  • A2ରେ ପାସ୍ କରିଛନ୍ତି ୫୪, ୮୮୯ ପିଲା
  • B1ରେ ୧, ୨୦, ୨୦୩
  • B2ରେ ୧, ୪୨, ୨୬୬
  • Cରେ ୧, ୧୬, ୧୧୧
  • Dରେ ୫୯, ୨୪୫
  • Eରେ ୧୪, ୬୪୭
  • Fରେ ୭୭୯୦
Advertisment

ସୂଚନାଥାଉ କି, ଏପ୍ରିଲ୍ ୨୮ରୁ ମେ ୭ ଯାଏ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ମେ ୨୧ରୁ ରାଜ୍ୟର ୫୮ଟି କେନ୍ଦ୍ରରେ ମୂଲ୍ୟାୟନ କରାଯାଇଥିଲା। ଚଳିତ ବର୍ଷ ନୂଆ ମୂଲ୍ୟାୟନ ପଦ୍ଧତିରେ ମୂଲ୍ୟାୟନ କରାଯାଇଛି। ଇଣ୍ଟରନାଲ୍ ଆସେସ୍‌ମେଣ୍ଟ, ସମେଟିଭ ଆସେସ୍‌ମେଣ୍ଟ ଓ୍ୱାନ୍ ଓ ସମେଟିଭି ଆସେସ୍‌ମେଣ୍ଟ ଟୁ ର ୱେଟେଜ୍‌ ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଛି।

Matric Exam BSE Odisha Matric Exam 2022 Matric Result 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ