Advertisment

ମାଟ୍ରିକ୍ ପରୀକ୍ଷାରେ କପି ରୋକିବା ପାଇଁ ୩୮ ସ୍ପେସାଲ୍ ସ୍କ୍ୱାଡ୍

ମାଟ୍ରିକ୍ ପରୀକ୍ଷା ପାଇଁ ଗଠନ ହେଲା ୩୮ଟି ସ୍ପେସାଲ୍ ସ୍କ୍ୱାଡ୍ । ରାଜ୍ୟର ୩୦ ଜିଲ୍ଲା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ୩୮ଟି ସ୍ପେସାଲ୍ ସ୍କ୍ୱାଡ୍ ଗଠନ କରିଛନ୍ତି।

ଅଦ୍ୟତନ ହୋଇଛି
BSE Odisha

BSE Odisha

Advertisment

ମାଟ୍ରିକ୍ ପରୀକ୍ଷା ପାଇଁ ଗଠନ ହେଲା ୩୮ଟି ସ୍ପେସାଲ୍ ସ୍କ୍ୱାଡ୍ । ରାଜ୍ୟର ୩୦ ଜିଲ୍ଲା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ୩୮ଟି ସ୍ପେସାଲ୍ ସ୍କ୍ୱାଡ୍ ଗଠନ କରିଛନ୍ତି। କିପରି ପରୀକ୍ଷା ସୁପରିଚାଳନା ହେବା ସହ କପି ରୋକାଯାଇପାରିବ ସେ ନେଇ ଏହି ସ୍ପେସାଲ୍ ସ୍କ୍ୱାର୍ଡ ତଦାରଖ କରିବେ । କେବଳ ଏତିକି ନୁହେଁ ଏହା ବ୍ୟତୀତ ଜିଲ୍ଲା ସ୍ତରରେ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପୃଥକ ସ୍କ୍ୱାଡ୍ ଗଠନ କରାଯାଇଛି ।

Advertisment

ସୂଚନା ଅନୁସାରେ, ବୋର୍ଡ ସଭାପତି ରାମଶିଷ ହାଜରାଙ୍କ ଅଧ୍ୟକ୍ଷତାରେ ସ୍କ୍ୱାଡ୍ ଅଧିକାରୀଙ୍କ ସମେତ ବୋର୍ଡର ଜୋନ୍‌ ଅଧିକାରୀ ଏବଂ କେତେକ ଶିକ୍ଷାଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଧିକାରୀ ଏବଂ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆସନ୍ତା ଏପ୍ରିଲ୍‌ ମାସ ୨୯ ତାରିଖରୁ ଦଶମ ଶ୍ରେଣୀ ସମେଟିଭ୍ ଆସେସମେଣ୍ଟ୍-୨ ପରୀକ୍ଷା ସମେତ ମଧ୍ୟମା, ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍, କରେସପଣ୍ଡେଣ୍ଟ୍ କୋର୍ସ ଆଦି ପରୀକ୍ଷା ଆରମ୍ଭ ହେବ। ଚଳିତ ବର୍ଷ ରାଜ୍ୟରେ ୩ ହଜାର ୨୦୩ ସେଣ୍ଟରରେ ୫ ଲକ୍ଷ ୬୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ତେବେ ରାଜ୍ୟରେ ମୋଟ ୩୨୦୩ଟି ପରୀକ୍ଷା ସେଣ୍ଟର ଏବଂ ୩୧୫ଟି ନୋଡାଲ ସେଣ୍ଟର ସହିତ ୧ ହଜାର ସେଣ୍ଟରରେ କ୍ଲୋଜ୍ ସର୍କିଟ୍‌ କ୍ୟାମେରା ଲଗାଯାଇଥିବାବେଳେ ୬୮୫ଟି ସମ୍ବେଦନଶୀଳ କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ଏହାସହ ନୋଡାଲ ସେଣ୍ଟରରେ ପୋଲିସ ସହ ବିଦ୍ୟାଳୟ କର୍ମଚାରୀମାନେ ୨୪ ଘଣ୍ଟିଆ ଡ୍ୟୁଟିରେ ନିୟୋଜିତ ରହିବେ ।

BSE Class 10 Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ