Advertisment

ଭୁଶୁଡ଼ିଲା ରମାଦେବୀ ବିଶ୍ଵବିଦ୍ୟାଳୟ ପାଚେରି

ଭୁଶୁଡ଼ିଲା ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ପାଚେରି। ପ୍ରାୟ ୧୦୦ ଫୁଟ ଲମ୍ବର ପାଚେରି ଭୁଶୁଡ଼ି ପଡ଼ିଛି।

ଅଦ୍ୟତନ ହୋଇଛି
Boundary wall of Rama Devi Women's University in Bhubaneswar collapses

Boundary wall of Rama Devi Women's University in Bhubaneswar collapses

Advertisment

ଭୁଶୁଡ଼ିଲା ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ପାଚେରି। ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଲକ୍ଷାଧିକ ଟଙ୍କାର ନବନିର୍ମିତ ପାଚେରି ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ପ୍ରାୟ ୧୦୦ ଫୁଟ ଲମ୍ବର ପାଚେରି ଭୁଶୁଡ଼ି ପଡ଼ିଛି। 

Advertisment

ଜନପଥକୁ ଲାଗିଥିବା ପାଚେରି ୟୁନିଭର୍ସିଟି ଗାର୍ଡେନକୁ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ସୌଭାଗ୍ୟବଶତଃ, ଛାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନିମ୍ନ ମାନର କାମ ଯୋଗୁ ଏଭଳି ହୋଇଥିବା ସ୍ଥାନୀୟ କର୍ପୋରେଟର ଅଭିଯୋଗ ଆଣିଛନ୍ତି। 

ସୂଚନାଥାଉ କି, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି ପାଚେରି ନିର୍ମାଣ କରାଯାଇଥିଲା। ତେବେ ୨ ମାସ ପୂର୍ବେ ନିର୍ମାଣ ହୋଇଥିବା ପାଚେରି କିଭଳି ଭୁଶୁଡ଼ିଲା ତାକୁ ନେଇ ପ୍ରଶ୍ନ ଉଠିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ