Astrospeak
  • Live TV
  • Read In English

CBSE ପରୀକ୍ଷା କେନ୍ଦ୍ରରେ ସକାଳ ୧୦ଟା ପୂର୍ବରୁ ପହଞ୍ଚିବାକୁ ବୋର୍ଡର ନିର୍ଦ୍ଦେଶ

ପରୀକ୍ଷା ସକାଳ ସାଢ଼େ ୧୦ ଟାରୁ ଆରମ୍ଭ ହେବାକୁ ଥିବା ବେଳେ ଛାତ୍ରଛାତ୍ରୀଙ୍କୁ ୧୦ ଟାରେ କିମ୍ବା ତା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି ।

CBSE Exam
CBSE Exam

ରାତି ପାହିଲେ ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା । ଅର୍ଥାତ ଫେବ୍ରୁଆରୀ ୧୫ ତାରିଖରେ ଆରମ୍ଭ ହେବ ପରୀକ୍ଷା । ସକାଳ ୧୦.୩୦ରୁ ପରୀକ୍ଷା ଆରମ୍ଭ ନେଇ ବୋର୍ଡ ପକ୍ଷରୁ ‘ଏକ୍ସ’ ଯୋଗେ ସୂଚନା ଦିଆଯାଇଛି । ଚଳିତ ବର୍ଷ ଭାରତ ଏବଂ ଭାରତ ବାହାରର ପ୍ରାୟ ୨୬ ଦେଶରୁ ୩୯ ଲକ୍ଷରୁ ଅଧିକ ଛାତ୍ର ପରୀକ୍ଷା ଦେବେ । କେବଳ ଦିଲ୍ଲରେ ୮୭୭ ପରୀକ୍ଷା କେନ୍ଦ୍ର ରହିଛି । ଏହି କେନ୍ଦ୍ର ଗୁଡ଼ିକରେ ମୋଟ ୫ ଲକ୍ଷ ୮୦ ହଜାର ୧୯୨ ଛାତ୍ର ପରୀକ୍ଷା ଦେବେ ।

ପରୀକ୍ଷା ସକାଳ ସାଢ଼େ ୧୦ ଟାରୁ ଆରମ୍ଭ ହେବାକୁ ଥିବା ବେଳେ ଛାତ୍ରଛାତ୍ରୀଙ୍କୁ ୧୦ ଟାରେ କିମ୍ବା ତା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦେଶ ଦିଆଯାଇଛି ।

ଦିଲ୍ଲୀ ରାସ୍ତାରେ ବର୍ତ୍ତମାନ ଯାତାୟତ ନେଇ ଯେଉଁ ପରିସ୍ଥିତି ଉପୁଜିଛି, ସେଥିପାଇଁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ବିଳମ୍ବ ହୋଇପାରେ ବୋଲି ଅନୁମାନ କରାଯାଉଛି । ତେଣୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି ଯେ, ସେମାନେ ହାତରେ ଯଥେଷ୍ଟ ସମୟ ରଖି ଘରୁ ବାହାରନ୍ତୁ ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଚେଷ୍ଟା କରନ୍ତୁ । ଅନ୍ୟପଟେ ରାସ୍ତା ଅପେକ୍ଷା ମେଟ୍ରୋ ବ୍ୟବହାର କରି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛି CBSE । କାରଣ ମେଟ୍ରୋ ସଠିକ୍‌ ଭାବେ ଏବଂ ସଠିକ୍‌ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରୁଛି ।