Advertisment

ମାର୍ଚ୍ଚରେ ଦ୍ୱାଦଶ ବୋର୍ଡ ପରୀକ୍ଷା !!

ମାର୍ଚ୍ଚରେ ଦ୍ୱାଦଶ ପରୀକ୍ଷା ଲାଗି ଅଂଟା ଭିଡ଼ିଛନ୍ତି ରାଜ୍ୟ ସରକାର

Board Exams

Board Exams

Advertisment

ଭୁବନେଶ୍ୱର: ମାର୍ଚ୍ଚରେ ଦ୍ୱାଦଶ ବୋର୍ଡ ପରୀକ୍ଷା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ଜାନୁୟାରୀ ୧୦ ସୁଦ୍ଧା ତୃତୀୟ ତ୍ରୈମାସିକ ପରୀକ୍ଷା ସାରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଦେଶ ସମ୍ବଳିତ ଚିଠି କରାଯାଇଛି । ତ୍ରୈମାସିକ ପରୀକ୍ଷା ସାରି ପିଲାଙ୍କ ମାର୍କ ରେକର୍ଡ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ତେବେ ଖୁବଶୀଘ୍ର ପରିଷଦ ପକ୍ଷରୁ ଏକ ଲିଙ୍କ ପ୍ରଦାନ କରାଯିବ, ଯେଉଁଠି ମାର୍କ ଅପଲୋଡ଼ କରିବେ ସ୍କୁଲ କର୍ତ୍ତୃପକ୍ଷ ବୋଲି ଜଣାପଡ଼ିଛି। ପରିସ୍ଥିତିରେ ପରୀକ୍ଷା ହୋଇ ନପାରିଲେ ବିକଳ୍ପ ବ୍ୟବସ୍ଥା କରାଯିବ। ଆଉ ଏହି ବିକଳ୍ପ ବ୍ୟବସ୍ଥା ସ୍ୱରୂପ ତ୍ରୈମାସିକ ପରୀକ୍ଷା ଆଧାରରେ ରେଜଲ୍ଟ ପ୍ରକାଶ ପାଇବ। ଗତବର୍ଷ କରୋନାର ଦ୍ୱିତୀୟ ଲହର ପାଇଁ ପରୀକ୍ଷା ବାତିଲ ହୋଇଥିଲା।

Board Of Secondary Education
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ