Big Breaking: Higher Education Department stopped the salary of 223 college principals
ସରକାରୀ କାର୍ଯ୍ୟରେ ଅବହେଳା ଯୋଗୁଁ ଉଚ୍ଚଶିକ୍ଷା ବିଭାଗର କଡା କାର୍ଯ୍ୟାନୁଷ୍ଠାନ । ୨୩୩ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଦରମା ବନ୍ଦ। ବିଭାଗ ପକ୍ଷରୁ ବାରମ୍ବାର ଜଣାଇବା ସତ୍ତ୍ୱେ ୨୩୩ ମହାବିଦ୍ୟାଳୟ ଆବଶ୍ୟକ ସୂଚନା ପ୍ରଦାନ କରିବାରେ ବିଫଳ ହୋଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ସହକାରୀ ନିର୍ଦେଶକଙ୍କ ଚିଠିର ଉତ୍ତର ଦେଉନଥିବାରୁ ଏହି ମହାବିଦ୍ୟାଳୟ ଅଧ୍ୟକ୍ଷ ଏବଂ ମୁଖ୍ୟ କିରାଣୀ ଓ କିରାଣୀଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି ।
ବିଭାଗୀୟ ଚିଠିର ଉତ୍ତର ନଦେବାର ଅର୍ଥ ହେଉଛି ସରକାରୀ କାର୍ଯ୍ୟ ନିର୍ବାହରେ ବଡ଼ ଅବହେଳା ଏବଂ ବିଭାଗ କର୍ତ୍ତୃପକ୍ଷଙ୍କ ନିର୍ଦେଶ ପାଳନର ବିଫଳତା ବୋଲି କୁହାଯାଇଛି। ଏପରି ଅବହେଳା ପାଇଁ ମେ’ ମାସର ଦରମା ନ ଉଠାଇବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685171009.jpg)