Advertisment

ହାଇସ୍କୁଲ ଯିବା ପୂର୍ବରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ହେବ ଦକ୍ଷତା ଯାଞ୍ଚ

ହାଇସ୍କୁଲ ଯିବା ପୂର୍ବରୁ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କର ହେବ ଦକ୍ଷତା ଯାଞ୍ଚ। ଏହା ସହିତ କରୋନା କ୍ଷତିପୂରଣ ବାବଦକୁ ଦିଆଯାଇଥିବା ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ କେତେ ସଫଳ ହୋଇଛି, ତାହା ଜାଣିବାକୁ ହେବ ସ୍ୱତନ୍ତ୍ର ପରୀକ୍ଷା।

undefined

Before going to high school, students will have an aptitude test

Advertisment

କରୋନା ସମୟରେ ପ୍ରଭାବିତ ହୋଇଥିବା ପାଠପଢାକୁ କେତେ ଭରଣା କରିଛନ୍ତି ସ୍କୁଲ୍? ପ୍ରାଥମିକ ସ୍ତରରେ ପିଲାଙ୍କ ଦକ୍ଷତା କେତେ ବଢିଛି? ଏହା ଜାଣିବାକୁ ଗଣଶିକ୍ଷା ବିଭାଗ ପରୀକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି। ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଏହି ପରୀକ୍ଷା ହେବ। ମୂଲ୍ୟାୟନ କରିବେ ପାଖ ସ୍କୁଲ୍‌ର ଶିକ୍ଷକ। ତେବେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶିକ୍ଷାବିତ ଓ ଅଭିଭାବକ। ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, କେବଳ ପିଲାଙ୍କ ଦକ୍ଷତା ମାପିବାକୁ ପରୀକ୍ଷା ହେବ, ଏଥିରେ କେହି ଫେଲ୍ ହେବେ ନାହିଁ।

Advertisment

ହାଇସ୍କୁଲ ଯିବା ପୂର୍ବରୁ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କର ହେବ ଦକ୍ଷତା ଯାଞ୍ଚ। ଏହା ସହିତ କରୋନା କ୍ଷତିପୂରଣ ବାବଦକୁ ଦିଆଯାଇଥିବା ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ କେତେ ସଫଳ ହୋଇଛି, ତାହା ଜାଣିବାକୁ ହେବ ସ୍ୱତନ୍ତ୍ର ପରୀକ୍ଷା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନେଇଛି ଏଭଳି ନିଷ୍ପତ୍ତି। ଚଳିତ ବର୍ଷ ଠାରୁ ଏହାକୁ ଲାଗୁ କରାଯିବ। SCERT ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରିବ। ପିଲାମାନେ ନିଜ ସ୍କୁଲ୍‌ରେ ପରୀକ୍ଷା ଦେବେ ଏବଂ ପାଖ ସ୍କୁଲ୍‌ର ଶିକ୍ଷକମାନେ ଖାତା ମୂଲ୍ୟାୟନ କରିବେ।

ତେବେ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ବିଫଳ ହେଲେ ତାଙ୍କ ଫେଲ୍ ଧରାଯିବ ନାହିଁ ବରଂ ଯେଉଁମାନେ ଦୁର୍ବଳ ଥିବେ ସେମାନଙ୍କ ଦକ୍ଷତା ବଢାଇବା ଲାଗି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

Advertisment

ରାଇଟ୍ ଟୁ ଏଜୁକେସନ୍ ଅନୁଯାୟୀ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପିଲାଙ୍କୁ ବିନା ପରୀକ୍ଷାରେ କ୍ଲାସ୍ ପ୍ରମୋସନ କରିବା ବାଧ୍ୟତାମୂଳକ। ତେବେ ରାଜ୍ୟ ସରକାର ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ୍‌ ଲାଗୁ କରିବା ପରେ ପ୍ରାଥମିକ ଶ୍ରେଣୀରେ ଦକ୍ଷତା ପରୀକ୍ଷା କରିବାକୁ ଯାଉଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଶିକ୍ଷାବିତ୍ ଓ ଅଭିଭାବକ ସମର୍ଥନ କରିଥିଲେ ମଧ୍ୟ ବାହାର ସ୍କୁଲ ଶିକ୍ଷକଙ୍କ ଦ୍ୱାରା ଖାତା ଦେଖା ଉପରେ ପ୍ରଶ୍ନ ଉଠାଇଛନ୍ତି।

ପିଲାଙ୍କ ଦକ୍ଷତା ମାପିବା ଲାଗି ପରୀକ୍ଷା, ସଠିକ୍ ମାଧ୍ୟମ। ତେବେ ଗଣଶିକ୍ଷା ବିଭାଗର ପ୍ରାଥମିକ ଶ୍ରେଣୀରେ ଏଭଳି ଦକ୍ଷତା ମପା ନୀତି ପିଲାଙ୍କୁ ଅଧିକ ଚାପଗ୍ରସ୍ତ କରିବ ନାହିଁ ତ? ଏହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment

(ଭୁବନେଶ୍ୱରରୁ କ୍ୟାମେରାମ୍ୟାନ୍ ଜଗଦୀଶ ଦାସଙ୍କ ରିପୋର୍ଟ)

High School
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ