Advertisment

ବନ୍ୟା ଯୋଗୁ ଘୁଞ୍ଚିଥିବା ASO ପରୀକ୍ଷା ୨୭ ରେ ହେବ

ଗୁରୁବାର ତଥା ଅଗଷ୍ଟ ୨୧ (ରବିବାର) ୨୦୨୨ରେ ହେବାକୁ ଥିବା ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ASO) ପରୀକ୍ଷା ୨୭ରେ ହେବ ବୋଲି OPSC ଅଧ୍ୟକ୍ଷ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।

ଅଦ୍ୟତନ ହୋଇଛି
ASO Exam

ASO Exam

Advertisment

ବନ୍ୟା ଯୋଗୁଁ ଘୁଞ୍ଚିଥିବା ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର ପରୀକ୍ଷା ଆସନ୍ତା ୨୭ ତାରିଖରେ ହେବ । ରାଜ୍ୟରେ ଦେଖା ଦେଇଥିବା ବନ୍ୟା ପରିସ୍ଥିତିକୁ ନଜରରେ ରଖି ୨୧ ତାରିଖରେ ହେବାକୁ ଥିବା ପରୀକ୍ଷା ଘୁଞ୍ଚାଇ ଦିଆଯାଇଥିଲା । ଏହି ପରୀକ୍ଷା ଆସନ୍ତା ୨୭ରେ ହେବ ବୋଲି OPSC ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

Advertisment

୨୭ ତାରିଖ ଶନିବାର ୩ଟି ସିଟିଂରେ ପରୀକ୍ଷା ହେବ । ସକାଳ ୯ଟାରୁ ୧୦ଟା ୩୦ ଯାଏ ଜେନେରାଲ ଆୱାରନେସ୍ ପରୀକ୍ଷା ହେବ । ତା ପରେ ୧୧ଟା ୩୦ରୁ ଦିନ ୧ଟା ଯାଏ ରିଜନିଂ ଓ ମ୍ୟାଥମେଟିକ୍ସ ପରୀକ୍ଷା ହେବ । ତା'ପରେ ଦିନ ୨ଟା ୩୦ରୁ ଅପରାହ୍ନ ୪ଟା ୩୦ ଯାଏ ଇଂରାଜୀ ଓ ଓଡ଼ିଆ ଭାଷା ପରୀକ୍ଷା ହେବ ବୋଲି ଓପିଏସ୍‌ସି ପକ୍ଷରୁ କୁହାଯାଇଛି । 

Advertisment

ଗୁରୁବାର ତଥା ଅଗଷ୍ଟ ୨୧ (ରବିବାର) ୨୦୨୨ରେ ହେବାକୁ ଥିବା ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ASO) ପରୀକ୍ଷା ୨୭ ରେ ହେବ । ଓପିଏସସି ବିଜ୍ଞପ୍ତିରେ ଅନୁସାରେ, ରାଜ୍ୟରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ASO ଲିଖିତ ପରୀକ୍ଷା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ।

ASO Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ