Advertisment

ଯୁକ୍ତ ୨ ଅଫ୍‌ଲାଇନ୍‌ ପରୀକ୍ଷା: ଆସନ୍ତାକାଲିଠୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା

ଚଳିତ ବର୍ଷ ପ୍ରକାଶ ପାଇଥିବା ଯୁକ୍ତ ଦୁଇ ରେଜଲ୍ଟରେ ଯେଉଁ ଛାତ୍ରଛାତ୍ରୀ ସନ୍ତୁଷ୍ଟ ନାହାନ୍ତି ସେମାନେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇ ପାରିବେ।ସେପ୍ଟେମ୍ବର ୩ରୁ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ଅନ୍‌ଲାଇନ୍‌ ଯୋଗେ ଆବେଦନ କରିପାରିବେ। ସେପ୍ଟେମ୍ବର ୭ ହେଉଛି ଆବେଦନର ଶେଷ ତାରିଖ।

ଅଦ୍ୟତନ ହୋଇଛି
undefined

Odisha Plus 2 Offline Exam

Advertisment

ଭୁବନେଶ୍ୱର: ଚଳିତ ବର୍ଷ ପ୍ରକାଶ ପାଇଥିବା ଯୁକ୍ତ ଦୁଇ ରେଜଲ୍ଟରେ ଯେଉଁ ଛାତ୍ରଛାତ୍ରୀ ସନ୍ତୁଷ୍ଟ ନାହାନ୍ତି ସେମାନେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇ ପାରିବେ।ସେପ୍ଟେମ୍ବର ୩ରୁ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ଅନ୍‌ଲାଇନ୍‌ ଯୋଗେ ଆବେଦନ କରିପାରିବେ। ସେପ୍ଟେମ୍ବର ୭ ହେଉଛି ଆବେଦନର ଶେଷ ତାରିଖ।

Advertisment

ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପରୀକ୍ଷା ସୂଚୀ ଓ ପରୀକ୍ଷା କେନ୍ଦ୍ର ଘୋଷଣା କରାଯିବ। ଯେଉଁମାନେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବେ ସେମାନଙ୍କୁ ବିକଳ୍ପ ମୂଲ୍ୟାୟନରେ ମିଳିଥିବା ମାର୍କ କାଏମ ରହିବନି। ଅଫ୍‌ଲାଇନ୍‌ ପରୀକ୍ଷା ମାର୍କ ହିଁ ଚୂଡ଼ାନ୍ତ ହେବ। ଗତକାଲି ବସିଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନାଥାଉ କି, କରୋନା ପାଇଁ ଏଥର ଯୁକ୍ତ ଦୁଇ ପରୀକ୍ଷା ହୋଇ ପାରିନଥିଲା। ତେଣୁ ବିକଳ୍ପ ଉପାୟ ଭାବେ ମାଟ୍ରିକ ଅନୁସାରେ ମାର୍କ ଦିଆଯାଇଥିଲା। ଏଥିରେ କିଛି ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ।

Advertisment

ଅନ୍ୟପକ୍ଷେ, ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ +୨ ସିଲାବସ୍‌ରେ ପରିବର୍ତ୍ତନ ହେବ। ପାଖାପାଖି ୩୦% ସିଲାବସ୍ ହ୍ରାସ କରାଯିବ। ଏଭଳି ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାଉନସିଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମହାମାରୀ ଭଳି ସ୍ଥିତି ବଳବତ୍ତର ରହିଲେ ମୂଲ୍ୟାୟନ ପାଇଁ ଅନ୍ୟ ବ୍ୟବସ୍ଥା କରାଯିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ତୁଷାରକାନ୍ତି ତ୍ରିପାଠୀ ସୂଚନା ଦେଇଛନ୍ତି। ଖାଲି ସେତିକି ନୁହେଁ ପ୍ରଥମ ବର୍ଷ ଏବଂ ଦ୍ୱିତୀୟ ବର୍ଷରେ ଟର୍ମିନାଲ ପରୀକ୍ଷା ମଧ୍ୟ କରାଯିବ। ପ୍ରଥମ ବର୍ଷରେ ୩ଟି ଓ ଦ୍ୱିତୀୟ ବର୍ଷରେ ମଧ୍ୟ ୩ଟି ଟର୍ମିନାଲ ପରୀକ୍ଷା ହେବ। ଏପରିକି ପ୍ରତି କ୍ୱାର୍ଟରରେ ମଧ୍ୟ ୩୦ ନମ୍ବର ବିଶିଷ୍ଟ ଟର୍ମିନାଲ ପରୀକ୍ଷା ହେବ ବୋଲି ସ୍ଥିର କରାଯାଇଛି।

Plus 2 Offline Exam Odisha Plus 2 Offline Exam Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ