All Schools In Bolangir Closed Due to Heavy Rain
ଗତକାଲିର ଲଘୁଚାପ କ୍ଷେତ୍ର ଆଜି ଘନୀଭୂତ ହୋଇ ସୁଦୃଶଃ -ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ମଧ୍ୟରେ କେନ୍ଦ୍ରୀଭୂତ ରହିଛି।
ଏହା ଆଗାମୀ ୨ ଦିନ ଯାଏ ଓଡିଶା ଏବଂ ଛତିଶଗଡ ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ଜାରି ରହିଛି। ସେପଟେ ପ୍ରବଳ ବର୍ଷା ଯୋଗୁ ଆଜି ବଲାଙ୍ଗିରରେ ସବୁ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି।
ସରକାରୀ, ବେସରକାରୀ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା ହୋଇଛି। ସମସ୍ତ ସ୍କୁଲ୍ ଛୁଟି ନେଇ ବଲାଙ୍ଗିର ଜିଲ୍ଲାପାଳ ସୂଚନା ଦେଇଛନ୍ତି। ୨୪ ଘଣ୍ଟାରେ ବଲାଙ୍ଗିରରେ ସର୍ବାଧିକ ୨୧୫ ମି.ମି. ବର୍ଷା ରେକର୍ଡ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1694665854.jpg)