CHSE
ଯୁକ୍ତ ଦୁଇ ପରୀକ୍ଷା ପୂର୍ବରୁ ଅନଲାଇନରେ ପାଠ ପଢ଼ା ଚିନ୍ତା। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚାଲିଛି ପ୍ରସ୍ତୁତି। କେମିତି ପଢିବେ ସେ ଦାୟିତ୍ୱ ନେବେ ଶିକ୍ଷକ। ଗ୍ରୁପ କରି ପାଠ ପାଇବାକୁ ନିର୍ଦ୍ଦେଶ ବି ହୋଇଛି। ଛୋଟ ଛୋଟ ଗ୍ରୁପ କରି ଜଣେ ଲେଖାଏଁ ଶିକ୍ଷକ ଏହାର ଦାୟିତ୍ୱ ନେବେ। ପିଲା କେମିତି ପଢିବେ ଏବଂ କାହିଁକି ପଢି ପାରୁ ନାହାନ୍ତି ତାହା ଉପରେ ନଜର ରଖିବେ। ଉପାନ୍ତ ଅଂଚଳରେ ଅଭିଭାବକଙ୍କ ଅନୁମତି ନେଇ ଛୋଟ ଛୋଟ ଗ୍ରୁପ ମାଧ୍ୟମରେ ଅଫଲାଇନ କ୍ଲାସ କରିବାକୁ ନିର୍ଦ୍ଦେଶ ରହିଛି।
ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜ୍ୟର ଜିଲ୍ଲା ଶିକ୍ଷା ଅଧିକାରୀ, ୧୭ଟି ସରକାରୀ ହାୟର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ଏବଂ ତିନି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଯୋଗ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/CHSE_1626697268.jpg)