Advertisment

ଶିକ୍ଷକ ନିଯୁକ୍ତି ନେଇ ଶିକ୍ଷା ବ୍ୟବସ୍ଥାର ଅଜବ ଚିତ୍ର ! କେଉଁଠି କେଞ୍ଚେ ତ କେଉଁଠି ମେଞ୍ଚେ

ବରାଗଡ ପ୍ରାଥମିକ ବିଦ୍ୟାଳୟରେ ୪୭ ପିଲାଙ୍କ ପାଇଁ ଜଣେ ଶିକ୍ଷୟିତ୍ରୀ । ଉତ୍ତରା ଶାସନ ପ୍ରାଥମିକ ବିଦ୍ୟାଳୟରେ ୯୮ ପିଲାଙ୍କ ପାଇଁ ୯ଜଣ ଶିକ୍ଷକ ।

ଅଦ୍ୟତନ ହୋଇଛି
Education System

Education System

Advertisment

ଶିକ୍ଷକ ନିଯୁକ୍ତି ନେଇ ଶିକ୍ଷା ବ୍ୟବସ୍ଥାର ଅଜବ ଚିତ୍ର । କେଉଁଠି କେଞ୍ଚେ, ତ ଆଉ କେଉଁଠି ମେଞ୍ଚେ ଶିକ୍ଷକ । ନିୟମ କହୁଛି, ହାରାହାରି ଭାବେ ପ୍ରତି ୩୦ ପିଲାଙ୍କ ପାଇଁ ସ୍କୁଲରେ ରହିବା କଥା ଜଣେ ଶିକ୍ଷକ । ହେଲେ ଅନେକ ସ୍ଥାନରେ ୫ଟି ଶ୍ରେଣୀର ୪୭ ପିଲାଙ୍କ ଭାର ଲଦା ହୋଇଛି ଜଣେ ଶିକ୍ଷୟିତ୍ରୀଙ୍କ କାନ୍ଧରେ । ବୋଝ ଉପରେ ନଳିତା ବିଡ଼ା ଭଳି ତାଙ୍କୁ ମଧ୍ୟାହ୍ନ ଭୋଜନ ଓ ଅନ୍ୟ ଫାଇଲ୍ କାମ ବି କରିବାକୁ ପଡ଼ୁଛି ।

Advertisment

ପୁରୀ ଜିଲ୍ଲା ପିପିଲି ବ୍ଲକ୍ ବରାଗଡ ପ୍ରାଥମିକ ବିଦ୍ୟାଳୟରେ ଏହି ଅବ୍ୟବସ୍ଥାର ଚାପ ସହୁଛନ୍ତି କୁନି କୁନି ପିଲା । ବାଧ୍ୟ ହୋଇ ୫ଟି ଯାକ କ୍ଲାସର ପିଲା ଗୋଟିଏ ରୁମରେ ପଢ଼ୁଛନ୍ତି । ଗୋଟିଏ କ୍ଲାସର ପିଲା ପଢୁଥିବା ବେଳେ ଅନ୍ୟ କ୍ଲାସର ପିଲାଙ୍କ ହୋହଲ୍ଲାରେ ପାଠପଢ଼ାରେ ବ୍ୟାଘାତ ଘଟୁଥିବା ଅଭିଯୋଗ ହୋଇଛି ।

ଏନେଇ ସମ୍ପୃକ୍ତ ଶିକ୍ଷୟିତ୍ରୀ, ଗାଁ କମିଟି ଓ ଅଭିଭାବକମାନେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଯେତେ ଅଭିଯୋଗ କଲେ ବି ଫଳ ଶୂନ୍ ।

Advertisment

ସେପଟେ ଏମିତି ବି ସ୍କୁଲ ଅଛି ଯେଉଁଠି ମେଞ୍ଚେ ଶିକ୍ଷକ । ମାତ୍ର ୯୮ ପିଲାକୁ ୯ ଜଣ ଶିକ୍ଷକ । ପ୍ରଥମରୁ ନବମ ଯାଏଁ ପଢ଼ା ହେଉଥିବା ବେଳେ, ପ୍ରାୟ ୧୧ ପିଲା ପାଇଁ ଜଣେ ଶିକ୍ଷକ ଅଛନ୍ତି । ଉତ୍ତରା ଶାସନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନିଯୁକ୍ତି ସୂଚନା କହୁଛି, ଏଠାରେ ଦୀର୍ଘ ଦିନ ଧରି ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ, ୯ ଶିକ୍ଷକଙ୍କ ମଧ୍ୟରୁ ଅନେକେ ୧୫ ବର୍ଷ ହେଲା ଏଠୁ ଘୁଞ୍ଚି ନାହାନ୍ତି । ଅର୍ଥାତ୍ ସେମାନଙ୍କର ୧୫ ବର୍ଷ ହେଲା ଜମାରୁ ବଦଳି ହୋଇନି ।

କାହିଁକି ଜାଣିଛନ୍ତି ? ବ୍ଲକ୍ ଶିକ୍ଷା ଅଧିକାରୀ ନିଜ ଅକ୍ଷମତା ପ୍ରକାଶ କରି କହିଛନ୍ତି ଯେ, ଏହି ସ୍କୁଲଟି ଭୁବନେଶ୍ୱର ଉପକଣ୍ଠରେ ହୋଇଥିବାରୁ, କ୍ୟାପିଟାଲ ସିଟି ସୁଖସୁବିଧା ଛାଡ଼ି ଅନ୍ୟ ଆଡ଼କୁ କେହି ଟ୍ରାନ୍ସଫର ହେବାକୁ ଚାହୁଁନାହାନ୍ତି ଏବଂ ଏଥିପାଇଁ ବିଭିନ୍ନ ସ୍ତରରେ ଚାପ ବି ପକାଉଛନ୍ତି ।

Advertisment

ପୁରୀ ଜିଲ୍ଲା ପିପିଲି ବ୍ଲକରେ ମୋଟ୍ ୧୬୭ଟି ସ୍କୁଲ ଥିବାବେଳେ ପିଲା ସଂଖ୍ୟା ରହିଛି ୭ ହଜାର ୬୩୨ ରହିଛି। ସେମାନଙ୍କୁ ଶିକ୍ଷାଦାନ ପାଇଁ ଅଛନ୍ତି ୬୨୪ ଜଣ ଶିକ୍ଷକ । ଯାହାକି '୩୦ ପିଲାଙ୍କୁ ଜଣେ ଶିକ୍ଷକ' ନିୟମ ହିସାବରେ ଯଥେଷ୍ଟ ଅଧିକ । ହେଲେ ବିଡ଼ମ୍ବନା ଯେ, ସେହି ବ୍ଲକର ୧୪ଟି ସ୍କୁଲ ଏବେବି ଜଣେ ଲେଖାଏଁ ଶିକ୍ଷକରେ ଚାଲିଛି ।

Teacher Education System
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ