Advertisment

ଆଜିଠୁ ଆରମ୍ଭ ହେଲା ଯୁକ୍ତ ତିନି ଆଡମିଶନ୍: ସେପଟେ ଆଜି ପ୍ରକାଶ ପାଇଲା ଯୁକ୍ତ ଦୁଇର ପ୍ରଥମ କଟ୍ ଅଫ୍ ମାର୍କ

କୋଭିଡ୍ ଓ ଲଘୁଚାପ ଜନିତ ବର୍ଷା ଭିତରେ ଯୁକ୍ତ ତିନି ଆଡମିଶନ୍ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ କ୍ୟାମ୍ପସକୁ ଯାଇ ମନ ପସନ୍ଦର କଲେଜରେ ନେଲେ ଆଡମିଶନ। ଆବଶ୍ୟକ ଡକୁମେଣ୍ଟ ଦାଖଲ କରି ନାମ ଲେଖାଉଛନ୍ତି ଛାତ୍ରଛାତ୍ରୀ

ଯୁକ୍ତ ୨ରେ ଖାଲି ସିଟ୍ ପୂରଣ ଲାଗି ଆଜିଠୁ ଅନଲାଇନ୍ ଆବେଦନ

plus 2 admission

Advertisment

ଭୁବନେଶ୍ୱର: କୋଭିଡ୍ ଓ ଲଘୁଚାପ ଜନିତ ବର୍ଷା ଭିତରେ ଯୁକ୍ତ ତିନି ଆଡମିଶନ୍ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ କ୍ୟାମ୍ପସକୁ ଯାଇ ମନ ପସନ୍ଦର କଲେଜରେ ନେଲେ ଆଡମିଶନ। ଆବଶ୍ୟକ ଡକୁମେଣ୍ଟ ଦାଖଲ କରି ନାମ ଲେଖାଉଛନ୍ତି ଛାତ୍ରଛାତ୍ରୀ। ପ୍ରବଳ ବର୍ଷା ସତ୍ତ୍ୱେ କଲେଜ ଗୁଡିକରେ ଦେଖିବାକୁ ମିଳିଥିଲା ଗହଳି। ପ୍ରବେଶ ସମୟରେ ସାନିଟାଇଜ୍ କରି ପିଲାଙ୍କୁ ଆଡମିଶନ ହଲକୁ ପଠାଯାଇଛି। କୋଭିଡ୍ ଗାଇଡ ଲାଇନ୍ ପାଳନ କରି କ୍ୟାମ୍ପସ୍‌ରେ ଚାଲିଛି ଆଡମିଶନ ପ୍ରକ୍ରିୟା। ପ୍ରଥମ ପର୍ଯ୍ୟାୟରେ ମନୋନୀତ ଛାତ୍ରଛାତ୍ରୀଙ୍କ ନାମ ଲେଖା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଅଫ ଲାଇନ୍ କ୍ଲାସ୍ ଯଥାଶୀଘ୍ର ଖୋଲିବ ବୋଲି ଆଶା ରଖିଛନ୍ତି ଛାତ୍ରଛାତ୍ରୀ।

Advertisment

ଏପଟେ ଯୁକ୍ତ ଦୁଇର ପ୍ରଥମ କଟ୍ ଅଫ୍ ମାର୍କ ଆଜି ପ୍ରକାଶ ପାଇଛି। କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରହିଛି ରେଭେନ୍ସା ଜୁନିୟର କଲେଜ। ବିଜ୍ଞାନରେ ୯୧.୩୩, କଳାରେ ୭୯.୩ ଓ ବାଣିଜ୍ୟରେ ୮୨ ପ୍ରତିଶତ କଟ୍ ଅଫ୍ ଯାଇଛି। ରେଭେନ୍ସାରେ ଆଡମିଶନ ପାଇଁ ମୋଟ୍ ୪ ଲକ୍ଷ ୩୫ ହଜାର ୯୨ ଜଣ ଆବେଦନ କରିଥିବାବେଳେ ପ୍ରଥମ କଟ୍ ଅଫରେ ୩ ଲକ୍ଷ ୮୬ ହଜାର ୪୬୪ ଜଣଙ୍କୁ ମନୋନୀତ କରାଯାଇଛି। ମନୋନୀତ ଛାତ୍ରଛାତ୍ରୀମାନେ ଆସନ୍ତାକାଲି ଠାରୁ ୨୧ ତାରିଖ ପର୍ଯ୍ୟନ୍ତ କଲେଜ୍‌କୁ ଯାଇ ଆଡମିଶନ୍ କରିବେ। ଆଡମିଶନ ସମୟରେ କୋଭିଡ୍ ଗାଇଡ ଲାଇନ୍ ପାଳନ ଲାଗି କଲେଜଗୁଡ଼ିକୁ ନିର୍ଦ୍ଦେଶ ରହିଛି। ସେହିପରି ଯେଉଁମାନେ ଚାହିଁବେ ଅନ୍ ଲାଇନ୍ ଜରିଆରେ ମଧ୍ୟ ଆଡମିଶନ କରିପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତା ୨୭ ତାରିଖରେ ଯୁକ୍ତ ଦୁଇ ଦ୍ୱିତୀୟ କଟ୍ ଅଫ୍ ଏବଂ ୨୧ ତାରିଖରେ ଯୁକ୍ତ ତିନି ଦ୍ୱିତୀୟ କଟ୍ ଅଫ୍ ପ୍ରକାଶ ପାଇବ। ଚଳିତବର୍ଷ ମାଟ୍ରିକ୍ରେ ରେକର୍ଡ ସଂଖ୍ୟକ ପାସ୍ ହାର ହୋଇଥିବାରୁ ଯୁକ୍ତ ଦୁଇରେ ୫୦ ହଜାର ସିଟ୍ ବଢାଇଛି ଗଣଶିକ୍ଷା ବିଭାଗ।

Advertisment
Odisha Education
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ