Advertisment

ବାପାକୁ ବଳି ଦେବା ପାଇଁ ବାହାରିଥିଲା ପୁଅ, ପହଞ୍ଚିଗଲା ପୋଲିସ୍‌...

ବାପାକୁ ବଳି ଦେବା ଉଦ୍ୟମ ବେଳେ ଚଢ଼ାଉ କରି ଅଭିଯୁକ୍ତ ପୁଅ ଓ ପୂଜକକୁ ପୋଲିସ ଗିରଫ କରିଛି। କଳାହାଣ୍ଡି କଲମପୁର ବେଳପଡ଼ା ଅଞ୍ଚଳରେ ଏହି ଘଟଣା ଘଟିଛି।

 Youth tries to give father as human sacrifice in Odisha

Youth tries to give father as human sacrifice in Odisha

Advertisment

ପରିଣତ ବୟସରେ ଅଲୋଡ଼ା ହୋଇଗଲେ ବାପା। ବୃଦ୍ଧ ବୟସରେ ସାହାରା ହେବା ବଦଳରେ ମାରିବାକୁ ପଛାଇଲା ନାହିଁ ନୃଶଂସ ପୁଅ। ବାପାକୁ ବଳି ଦେବା ଉଦ୍ୟମ ବେଳେ ଚଢ଼ାଉ କରି ଅଭିଯୁକ୍ତ ପୁଅ ଓ ପୂଜକକୁ ପୋଲିସ ଗିରଫ କରିଛି। କଳାହାଣ୍ଡି କଲମପୁର ବେଳପଡ଼ା ଅଞ୍ଚଳରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ଦ୍ୱୟ ହେଲେ- ପୁଅ ଲିଙ୍ଗରାଜ ଭୋଇ ଓ ପୂଜକ ଚିତ୍ରସେନ ରଣା।

Advertisment

ସୂଚନା ଅନୁସାରେ, ଲିଙ୍ଗରାଜ ମାନସିକ ବିକାରଗ୍ରସ୍ତ ଥିବାବେଳେ ବହୁ ଚିକିତ୍ସା ପରେ ବି ଆରୋଗ୍ୟ ହୋଇପାରନଥିଲେ। ସମ୍ପତ୍ତି ଲୋଭରେ ସେ ନିଜ ବାପାଙ୍କୁ ବଳି ଦେବାକୁ ଯୋଜନା କରିଥିଲେ। 

ରାଜପୁର ଗାଁର ପୂଜକ ଚିତ୍ରସେନ ରଣାଙ୍କୁ ଧରି ସେ ତାଙ୍କ ବାପାଙ୍କୁ ବଳି ଦେବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ପୋଳିସ୍‌ ଲିଙ୍ଗରାଜଙ୍କ ବାପାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ପୁଅ ଏବଂ ପୂଜକଙ୍କୁ ଗିରଫ କରିଛି। ଚଢ଼ାଉ ବେଳେ ଲିଙ୍ଗରାଜ ମାରଣାସ୍ତ୍ରରେ ପୋଲିସ ଉପରକୁ ଆକ୍ରମଣ ମଧ୍ୟ କରିଥିଲା। ଏଥିରେ ଗ୍ରାମରକ୍ଷୀ ଗଙ୍ଗାରାମ ବାଗ ଆହତ ହୋଇଥିବାବେଳେ ଅନ୍ୟଜଣେ ସୁରକ୍ଷା କର୍ମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Advertisment
Human Sacrifice
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ