Advertisment

୩ ଲକ୍ଷ ଟଙ୍କା ପାଇଁ ନିଜେ ରଚିଲା ନିଜ ଅପହରଣ ନାଟକ

ପୋଲିସ ଏକ ମିଥ୍ୟା ଅପହରଣ ନାଟକର ପର୍ଦ୍ଦାଫାସ୍ କରିଛି। ଟଙ୍କା ପାଇଁ ନିଜେ ନିଜକୁ ଅପହରଣ କରି ଥିଲେ ଜଣେ ଯୁବକ।

Kidnapping Case

Kidnapping Case

Advertisment

ତିନି ଲକ୍ଷ ଟଙ୍କା ପାଇଁ ନିଜେ ରଚି ଥିଲା ନିଜ ଅପହରଣ ନାଟକ। ନୂଆପଡା ପୋଲିସ ଏକ ମିଥ୍ୟା ଅପହରଣ ନାଟକର ପର୍ଦ୍ଦାଫାସ୍ କରିଛି। ଟଙ୍କା ପାଇଁ ନିଜେ ନିଜକୁ ଅପହରଣ କରି ଥିଲେ ଜଣେ ଯୁବକ। ସଂପୃକ୍ତ ଯୁବକଙ୍କୁ ଅଟକ ରଖି ପୋଲିସ ଅଧିକ ତଦନ୍ତ କରୁଛି। ପୋଲିସର ସୂଚନା ଅନୁଯାୟୀ ନୂଆପଡା ଜିଲ୍ଲା ଜୋଙ୍କ ଥାନା ବୁଏରଭାଡ଼ି ଗାଁର ବୈକୁଣ୍ଠ ନାଏକ ଅନ୍ୟ ଜାତିରେ ବିବାହ କରିଥିବାରୁ ପରିବାର ଲୋକେ ସହାୟତା କରୁନଥିଲେ। ଅର୍ଥାଭାବ ହେବାରୁ ବାପାଙ୍କୁ ବ୍ଲାକମେଲ୍ କରିବାକୁ ସେ ଏଭଳି ଯୋଜନା କରିଥିଲା।

Advertisment

ଗତ ୬ ତାରିଖରେ ଘରୁ ନିଖୋଜ ହୋଇ ୮ ତାରିଖରେ ତାଙ୍କୁ ଅପହରଣ କରାଯାଇଥିବା ଏକ ଭିଡିଓ ପଠାଇ ଥିଲା। ଅଭିଯୋଗ ପରେ ପୋଲିସ ଘଟଣାର ଖୋଳତାଡ଼ କରିଥିଲା। ମୋବାଇଲ ଲୋକେସନ ଟ୍ରେସରୁ ଭିଡିଓ ତାମିଲନାଡୁ ମଦୁରାଇରୁ ପୋଷ୍ଟ ହୋଇ ଥିବା ଜଣାପଡ଼ିଲା। ତାମିଲନାଡୁ ମଦୁରାଇ ପୋଲିସ, ରେଲୱେ ପୋଲିସ ସହାୟତାରେ ତାଙ୍କୁ ରାୟପୁରରୁ ଉଦ୍ଧାର କରାଯାଇଛି।

ମଦୁରାଇରେ ଥିବା ନିଜ ୫ ଜଣ ସାଙ୍ଗକୁ ଅପହରଣ ସହ ମାଡ଼ ପିଟ୍ ଭିଡିଓ କରିବାକୁ ସେ ନିଜେ କହିଥିଲେ। ଭିଡିଓରେ ୩ ଲକ୍ଷ ଟଙ୍କା ଡିମାଣ୍ଡ କରାଯାଇଥିଲା। ଆଜି ନୂଆପଡା ଏସପି ଜିଆର୍ ରାଘବେନ୍ଦ୍ର ପ୍ରେସମିଟରେ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ବୈକୁଣ୍ଠକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ।

Advertisment
Kidnapping Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ