Advertisment

ଅଧରାତିରେ ଦୁଇ ସାଙ୍ଗଙ୍କୁ ଛୁରାମାଡ଼; ଜଣେ ମୃତ

ଶୀତଳଷଷ୍ଠୀ ଯାତ୍ରା ଦେଖି ଫେରୁଥିବା ବେଳେ ୨ଜଣ ଯୁବକଙ୍କୁ ଦୁର୍ବୃତ୍ତମାନେ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Balangir Youth Stabbed To Death

Knife Attack

Advertisment

ଶୀତଳଷଷ୍ଠୀ ଯାତ୍ରାରୁ ଫେରିବା ବେଳେ ଦୁଇ ସାଙ୍ଗଙ୍କୁ ଛୁରାମାଡ଼ । ଏଭଳି ଅଭାବନୀୟ ଘଟଣା ବଲାଙ୍ଗିର ନୃସିଂହ ମନ୍ଦିର ନିକଟରେ ଘଟିଛି । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ରହିଛନ୍ତି । ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । କିଏ ଆଉ କାହିଁକି ଛୁରାମାଡ଼ କରିଛି ତାହା ଏଯାଏଁ ଜଣାପଡିନାହିଁ । ମୃତକ ଜଣକ ଗେଟସରୋବରପଡାର ଏବଂ ଗୁରୁତର ଯୁବକ କନ୍ଧପାଲିପଡାର ବୋଲି ଜଣାପଡ଼ିଛି । ଗୁରୁତର ଯୁବକଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Advertisment

ସୂଚନାମୁତାବକ ବିଳମ୍ବିତ ରାତିରେ ସରୋଜ ଓ ପ୍ରେମ ଉଭୟ ଶୀତଳଷଷ୍ଠୀ ଯାତ୍ରା ଦେଖି ଘରକୁ ଫେରୁଥିଲେ। ନରସିଂହ ମନ୍ଦିର ଛକ ନିକଟରେ ହଠାତ୍ ୨ ଦୁର୍ବୃତ୍ତ ଆସି ସରୋଜଙ୍କୁ ଗାଳିଗୁଲଜ କରିଥିଲେ। ପ୍ରେମ ଏହାକୁ ବିରୋଧ କରିବାରୁ ଦୁ଼ର୍ବୃତ୍ତମାନେ ତାଙ୍କୁ ଛୁରାମାଡ଼ କରିଥିଲେ। ପରେ ସରୋଜଙ୍କୁ ଛୁରୀରେ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ଦୁର୍ବୃତ୍ତ ।

ସ୍ଥାନୀୟ ଲୋକେ ଓ ପୋଲିସ ସରୋଜ ଓ ପ୍ରେମଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସରୋଜଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରେମ ଏବେବି ଚିକିତ୍ସାଧୀନ ଅଛନ୍ତି । କିଏ ଓ କାହିଁକି ଉଭୟଙ୍କୁ ଛୁରାମାଡ଼ କଲା ତାର କାରଣ ଜଣାପଡ଼ି ନାହିଁ। ପୂର୍ବ ଶତ୍ରୁତା କାରଣରୁ ଏହି ଛୁରାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାର ତଦନ୍ତ କରୁଛି। 

Advertisment
Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ