Youth Murdered
ମନିପର୍ସ କାହାର। ଏହି ଯୁକ୍ତିତର୍କକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ। ଏହି ଘଟଣା ହେଉଛି ବାରିପଦାର। ସୁନଗଡ଼ିଆରେ ଥିବା ଟିବି ହସ୍ପିଟାଲ ଆଗରେ ରାମଚନ୍ଦ୍ର ମୁଖି ନାମକ ଯୁବକ ଏକ ମନିପର୍ସ ପାଇଥିଲେ। ସେଥିଲା ୫୫୦ ଟଙ୍କା। ଏହି ପର୍ସ ନିଜର ବୋଲି କିଛି ଯୁବକ ଦାବି କରିଥିଲେ। ଏହାକୁ ନେଇ ରାମଚନ୍ଦ୍ରଙ୍କ ସହିତ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା।
ପରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଗଣ୍ଡଗୋଳ ଉଗ୍ର ରୂପ ନେଇ ରାମଚନ୍ଦ୍ର ମୁଖୀଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଲୋକେ ଉତ୍ୟକ୍ତ ଲୋକେ ଥାନା ଘେରାଉ କରିଥିଲେ। ପୋଲିସ ସହିତ ଠେଲା ପେଲା ହୋଇଥିଲା। ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଛି। ହତ୍ୟାରେ ସଂପୃକ୍ତ ଅଭିଯୋଗରେ କିଛି ଯୁବକଙ୍କୁ ଉଠାଇ ଆଣି ପଚରା ଉଚରା କରୁଛି ପୋଲିସ।
ତେବେ ଗଣ୍ଡଗୋଳ ସେତେବେଳେ ଆରମ୍ଭ ହେଲା ଯେତେବେଳେ ଉକ୍ତ ଯୁବକମାନେ ଦାବି କରିଥିଲେ ଯେ ପର୍ସଟିରେ ୧୩୫୦ ଟଙ୍କା ଥିଲା। ରାମଚନ୍ଦ୍ର ମୁଖି ଏହାକୁ ଖଣ୍ଡନ କରିଥିଲେ। ସେ କହିଥିଲେ ଯେ ପର୍ସରେ ୫୫୦ ଟଙ୍କା ଥିଲା। ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏମିତିକି ମାରପିଟ ମଧ୍ୟ ହୋଇଥିଲେ। ଏହା ପରେ ଉକ୍ତ ଯୁବକମାନେ ସେଠାରୁ ପଳାଇ ଯାଇଥିଲେ।
ପରବର୍ତ୍ତୀ ସମୟରେ ଦୁଇ ପକ୍ଷର ସମର୍ଥକଙ୍କ ମଧ୍ୟରେ ପୁଣି ଯୁକ୍ତିତର୍କ ହୋଇଥିଲା। ତେବେ ସନ୍ଧ୍ୟା ବେଳେ ରାମଚନ୍ଦ୍ର ମୁଖି ଘରକୁ ଫେରୁଥିବା ବେଳେ ମନିପର୍ସ ନେଇଥିବା ଯୁବକମାନେ ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ରାମଚନ୍ଦ୍ର ମୁଖିଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709439373.jpg)