Advertisment

ବିଚ୍ ବଜାରରେ ହତ୍ୟା, ଉଠାଇ ନେଇ ହାଣି ପକାଇଲେ...

ପାୱାରକଟ୍‌ର ସୁଯୋଗ ନେଇ ଉଠାଇ ନେଲେ, ତା’ପରେ ଜୀବନ ନେଇଗଲେ। ସାମାନ୍ୟ ବଚସାରୁ ବିଚ୍ ବଜାରରେ ହତ୍ୟା।

Youth Murdered In Ganjam

Youth Murdered In Ganjam

Advertisment

ସାମାନ୍ୟ ବଚସାରୁ ବିଚ୍ ବଜାରରେ ହତ୍ୟା। ପାୱାରକଟ୍‌ର ସୁଯୋଗ ନେଇ ଉଠାଇ ନେଲେ, ତା’ପରେ ଜୀବନ ନେଇଗଲେ। ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଅନ୍ତର୍ଗତ ପିତଳ ଗାଁରେ ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ହେଲେ ହରିଜନ ସାହିର ହୀନ ନାଇକ(୫୨)। 

Advertisment

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ପିତଳ ବଜାରରେ ହୀନ ଓ କିଛି ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ଏନେଇ ଯୁବକମାନେ ତାଙ୍କ ଉପରକୁ ଅକ୍ରମଣ କରିଥିଲେ। ପାୱାରକଟ୍ ହୋଇଥିବା ସୁଯୋଗ ନେଇ ଯୁବକମାନେ ହୀନଙ୍କୁ ପିତଳ ବଜାରରୁ ଉଠାଇ ନେଇଥିଲେ।

ଏହାର କିଛି ସମୟ ପରେ ଡାକ୍ତରଖାନା ରାସ୍ତା ପାଖରୁ ହୀନଙ୍କ ଶବ ଉଦ୍ଧାର କରାଯାଇଥିଲା। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଖବରପାଇ ହିଞ୍ଜିଳିକାଟୁ ଓ ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ଲାଗି ପଠାଇ ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି।

Advertisment
Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ