Advertisment

‘ହନୁମାନ ପଇସା’ ପାଇଁ ନେଇଗଲେ ଯୁବକଙ୍କ ଜୀବନ

ହନୁମାନ ପଇସା ପାଇଁ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା। ୩ ମାସ ପୂର୍ବେ ଦେବଗଡ ଥାନା ଅନ୍ତର୍ଗତ ରାଇତାଲ ଅଞ୍ଚଳରେ ଘଟିଥିବା ଏହି ବର୍ବର ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ।

ଅଦ୍ୟତନ ହୋଇଛି
‘ହନୁମାନ ପଇସା’ ପାଇଁ ନେଇଗଲେ ଯୁବକଙ୍କ ଜୀବନ

Youth Murdered Over Hanuman Coin

Advertisment

ଦେବଗଡ଼: ହନୁମାନ ପଇସା ପାଇଁ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା। ୩ ମାସ ପୂର୍ବେ ଦେବଗଡ ଥାନା ଅନ୍ତର୍ଗତ ରାଇତାଲ ଅଞ୍ଚଳରେ ଘଟିଥିବା ଏହି ବର୍ବର ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ। ଗତ ମେ’ ମାସ ୫ ତାରିଖ ଦିନ ରାଇତାଲ ଗାଁର କୃଷ୍ଣ କିସାନଙ୍କ ମୃତଦେହ ଗାଁରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ତଳୁ ମିଳିବା ପରେ ପୋଲିସ୍‌ ଘଟଣାର ତନାଘନା କରି ହତ୍ୟାକାଣ୍ଡର ପର୍ଦାଫାସ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ରାଇତାଲ ଗାଁର ୪ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି। ୪ ଅଭିଯୁକ୍ତ ହେଲେ- ଚାନ୍ଦଲୁ କିସାନ, ସୁରେନ୍ଦ୍ର ମାଝୀ, ଦୈତାରି କିସାନ ଏବଂ ପ୍ରଦୀପ ମାଝୀଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।

Advertisment

ରାଇତାଲ ଗାଁର କୃଷ୍ଣ କିସାନଙ୍କ ନିକଟରେ ଏକ ହନୁମାନ ପଇସା ଥିବା ନେଇ କୌଣସି ସୂତ୍ରରୁ ୪ ଅଭିଯୁକ୍ତ ଜାଣିବାକୁ ପାଇଥିଲେ। ଉକ୍ତ ହନୁମାନ ପଇସାକୁ ହାତେଇବା ପାଇଁ ଗତ ମେ’ ମାସ ୪ ତାରିଖ ରାତି ୮ଟାରେ କୃଷ୍ଣ କିସାନଙ୍କୁ ମାଛ ଧରିବା ପାଇଁ ଯିବା କହି ଅଭିଯୁକ୍ତମାନେ ତାଙ୍କୁ ଘରୁ ଡାକି ନେଇଥିଲେ। ଏହାପରେ କୃଷ୍ଣଙ୍କୁ ଅଭିଯୁକ୍ତ ମାନେ ହନୁମାନ ପଇସା ମାଗିଥିଲେ। ହେଲେ ତାଙ୍କ ପାଖରେ ହନୁମାନ ପଇସା ନଥିବା କୃଷ୍ଣ କହିଥିଲେ। ପରେ ତାଙ୍କୁ କେନ୍ଦୁବାହାଲ ଗାଁରେ ଏକ ଟାଙ୍ଗିଆ ଏବଂ କେନ୍ଦୁ ବାଡିରେ ବାଡେଇ ହତ୍ୟା କରିଥିଲେ। କୃଷ୍ଣଙ୍କ ମୃତ୍ୟୁ ଘଟିଥିବା ଜାଣିବା ପରେ ହତ୍ୟାକାଣ୍ଡର ରୂପ ବଦଳେଇବା ପାଇଁ ରାଇତାଲ ଗାଁର ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ତଳେ ଅଭିଯୁକ୍ତମାନେ କୃଷ୍ଣଙ୍କ ମୃତଦେହ ପକାଇ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କୃଷ୍ଣ ରାତି ସାରା ଘରକୁ ନଫେରିବାରୁ ପରିବାର ଲୋକ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ଶେଷରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ତଳୁ ତାଙ୍କ ମୃତଦେହ ମିଳିଥିଲା।

ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରି କୃଷ୍ଣଙ୍କ ଭାଇ ଦେବଗଡ ଥାନାରେ ଅଭିଯୋଗ କରିଥିଲେ। ମାତ୍ର କୃଷ୍ଣଙ୍କ ଦେହସାରା ମାଡ ବାଜିଥିବା ଦାଗ ଥିବାରୁ ପୋଲିସ ସନ୍ଦେହ କରି ନିଜ ଆଡୁ ତଦନ୍ତ ଆରମ୍ଭ କରିଥିଲା। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇନଥିବା ପୋଲିସ ଜାଣିବାକୁ ପାଇଥିଲା। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବା ପରେ ତନାଘନା ଆରମ୍ଭ କରିଥିଲା। ତଦନ୍ତ ସମୟରେ ହନୁମାନ ପଇସା ହାତେଇବା ପାଇଁ କୃଷ୍ଣଙ୍କୁ ହତ୍ୟା କରିଥିବା ପୋଲିସ ଜାଣିବା ସହ ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରି  କୋର୍ଟ ଚାଲାଣ କରିଛି। ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଟାଙ୍ଗିଆ, କେନ୍ଦୁ ବାଡି ଆଦି ପୋଲିସ ଜବତ କରିଛି। ତେବେ କୃଷ୍ଣଙ୍କ ଘରୁ ହନୁମାନ ପଇସା ବଦଳରେ ବିଦେଶୀ ମୁଦ୍ରା ଜବତ ହୋଇଥିବା ଜଣାପଡ଼ିଛି। ଗତ କିଛି ଦିନ ପୂର୍ବେ ଏକ ହନୁମାନ ପଇସା ରାକେଟ୍‌କୁ ପୋଲିସ ଠାବ କରିଥିଲା। ଉକ୍ତ ରାକେଟ୍‌ ସହ ଏହି ୪ ଅଭିଯୁକ୍ତଙ୍କ ସମ୍ପୃକ୍ତି ଅଛି ନା ନାହିଁ, ସେନେଇ ପୋଲିସ୍‌ ସନ୍ଦେହ କରି ଅଧିକ ତଦନ୍ତ କରୁଛି।

Advertisment
Odisha Hanuman Coin Racket Youth Murdered Hanuman Coin
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ