Advertisment

ରାଜଧାନୀରେ ଚାଞ୍ଚଲ୍ୟ: ଇଟା ତଳୁ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁକୁ ନେଇ ସସ୍‌ପେନ୍ସ

ଇଟା ତଳୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ। ବୀଭତ୍ସ ହତ୍ୟା ପରେ ଲୁଚା ଯାଇଥିଲା ମୃତଦେହ। ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକଙ୍କ ମୃତଦେହ ଇଟା ତଳୁ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

Youth Murder In Bhubaneswar

Youth Murder In Bhubaneswar

Advertisment

ଇଟା ତଳୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ। ବୀଭତ୍ସ ହତ୍ୟା ପରେ ଲୁଚା ଯାଇଥିଲା ମୃତଦେହ। ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକଙ୍କ ମୃତଦେହ ଇଟା ତଳୁ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ମୁଣ୍ଡାସାହି ସ୍ଥିତ ବିଏମ୍‌ସିର ଅର୍ଦ୍ଧ ନିର୍ମିତ ମାଇକ୍ରୋ କମ୍ଫୋଷ୍ଟିଂ ସେଣ୍ଟର ଭିତରେ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ମୁକେଶ ଚୌଧୁରୀ। ତାଙ୍କ ଘର ବିହାରରେ ବୋଲି ଜଣାପଡ଼ିଛି। ସେ ରଙ୍ଗ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ମୁକେଶଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ଇଟା ତଳେ ମୃତଦେହକୁ ହତ୍ୟାକାରୀ ଲୁଚାଇ ଦେଇଥିବା ଜଣାପଡ଼ିଛି। 

Advertisment

ସୂଚନା ଅନୁସାରେ, କିଛି ଦିନ ପୂର୍ବେ ମୁକେଶ ଜେଲ୍‌ରୁ ଫେରି ଥିଲେ। ଚୋରି ମାମଲାରେ ଗିରଫ ହୋଇ ସେ ଜେଲ୍‌ ଯାଇଥିଲେ ଓ କିଛି ଦିନ ପୂର୍ବେ ଜେଲ୍‌ରୁ ଫେରିଥିଲେ। ତେବେ ଗତକାଲି ବିଏମ୍‌ସିର ଅର୍ଦ୍ଧ ନିର୍ମିତ ମାଇକ୍ରୋ କମ୍ଫୋଷ୍ଟିଂ ସେଣ୍ଟର ଭିତରେ ଇଟା ତଳୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। କିଛି ଶ୍ରମିକ ମୃତଦେହ ଇଟା ତଳେ ଦେଖିବା ପରେ ପରିଚୟ ସାମ୍ନାକୁ ଆସିଥିଲା। ଏହାପରେ ପୋଲିସ୍‌କୁ ଖବର ଦେଇଥିଲେ। 

କିଏ ଓ କାହିଁକି ମୁକେଶଙ୍କୁ ହତ୍ୟା କଲା, ଏନେଇ ସସ୍‌ପେନ୍ସ  ଜାରି ରହିଛି।  ତଣ୍ଟି ଚିପି ହତ୍ୟା ପରେ ମୃତଦେହକୁ ଇଟା ତଳେ ଲୁଚାଇ ଦିଆଯାଇଥିବା ସନ୍ଦେହ କରାଯାଉଛି। କିଛି ଯୁବକ ମାଇକ୍ରୋ କମ୍ଫୋଷ୍ଟିଂ ସେଣ୍ଟରରେ ଥିଲେ ମଧ୍ୟ କିଭଳି ଭାବେ ହତ୍ୟାକାଣ୍ଡର ଟେର୍‌ ପାଇ ନଥିଲେ ତାହା ମଧ୍ୟ ସମସ୍ତଙ୍କୁ ତାଜୁବ କରିଛି। 

Advertisment

ସ୍ଥାନୀୟ ଜଣେ ଯୁବକଙ୍କ କହିବାନୁଯାୟୀ, ମୁକେଶ ଏକ ସିମେଣ୍ଟ ଗୋଦାମରେ କାମ କରୁଥିଲେ। ତାଙ୍କ ଘର ନଥିବାରୁ ଏଣେ ତେଣେ ରୁହନ୍ତି। ଚନ୍ଦନ ନାମକ ଜଣେ ଯୁବକଙ୍କ ସହ ମୁକେଶଙ୍କୁ ସେ ଶେଷ ଥର ପାଇଁ ଦେଖିଥିବା କହିଛନ୍ତି। ଚୋରି ମାମଲାରେ ଗିରଫ ହୋଇ ମୁକେଶ ଜେଲ୍‌ ଯାଇଥିଲେ। କିଛି ଦିନ ପୂର୍ବେ ସେ ଜେଲ୍‌ରୁ ଫେରିଥିଲେ। ତେଣୁ ଜେଲ୍‌ ଭିତରେ କାହା ସହ ଅପ୍ରୀତିକର ଘଟଣା ଯୋଗୁ ତାଙ୍କୁ ହତ୍ୟା କରାଯାଇଛି କି ? ସ୍ଥାନୀୟ ଅଞ୍ଚଳରେ ନିଶାକାରବାର ହେଉଥିବାରୁ ସେହି କାରଣ ପାଇଁ ମୁକେଶକୁ ଟାର୍ଗେଟ କରାଯାଇଛି ? ନା ହତ୍ୟାକାଣ୍ଡ ପଛରେ ଆଉ କିଛି କାରଣ ରହିଛି, ସେନେଇ ପୋଲିସ୍‌ ଖୋଳତାଡ଼ ଜାରି ରଖିଛି। ସବୁଠାରୁ ବଡ଼ କଥା, ଘଟଣା ପରଠାରୁ ଚନ୍ଦନର କୌଣସି ପତ୍ତା ମିଳିପାରି ନାହିଁ। ଯାହା ସନ୍ଦେହକୁ ଦ୍ୱିଗୁଣିତ କରିଛି।   

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ହତ୍ୟାକାରୀଙ୍କ ଟେର୍‌ ପାଇନି। ମୁକେଶଙ୍କ ମୃତ୍ୟୁକୁ ନେଇ ଏବେ ବି ସସ୍‌ପେନ୍ସ ଜାରି ରହିଛି। 

Advertisment
Youth Murder Youth Murder In Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ