Advertisment

ବିଚ୍‌ ରାସ୍ତାରେ ପ୍ରେମିକାର ଭାଇକୁ ହାଣିଲା ପ୍ରେମିକ

ବିଚ୍‌ ରାସ୍ତାରେ ପ୍ରେମିକାର ଭାଇକୁ ହାଣିଲା ପ୍ରେମିକ। ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଛି।

Youth Murder In Bhadrak

Youth Murder In Bhadrak

Advertisment

ବିଚ୍‌ ରାସ୍ତାରେ ପ୍ରେମିକାର ଭାଇକୁ ହାଣିଲା ପ୍ରେମିକ। ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଛି। ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ଜନଗହଳି ପୂର୍ଣ୍ଣ ପାଳସାହି ଵଜାରରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ଦେବାଶିଷ ପ୍ରଧାନ। ନନ୍ଦ କିଶୋର ଜେନା ନାମକ ଜଣେ ଯୁବକ ତାଙ୍କୁ ହତ୍ୟା କରିଥିବା କୁହାଯାଉଛି। 

Advertisment

ସୂଚନା ଅନୁସାରେ, ଦେବାଶିଷଙ୍କ ଭଉଣୀଙ୍କୁ ଶାଆଁଳପୁର ଅଞ୍ଚଳର ନନ୍ଦ କିଶୋର ଭଲ ପାଉଥିଲେ। ହେଲେ ଦେବାଶିଷ ଏହାକୁ ବିରୋଧ କରୁଥିଲେ ବୋଲି ଜଣାପଡ଼ିଛି। ଏହି ଘଟଣାକୁ କେନ୍ଦ୍ର କରି ଗତକାଲି ସନ୍ଧ୍ୟାରେ ପୂର୍ବ ଯୋଜନା ମୁତାବକ ପାଳସାହି ବଜାରରେ ନନ୍ଦ କିଶୋର, ଦେବାଶିଷଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ସେ ଗୁରୁତର ଆହତ ହୋଇଥିଲେ। 

ଗୁରୁତର ଅବସ୍ଥାରେ ଦେବାଶିଷଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଧୁଷୁରୀ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତତନ୍ତ ଆରମ୍ଭ କରିଥିବା ବେଳେ ନନ୍ଦ କିଶୋରଙ୍କୁ ଅଟକ ରଖି ପଚରାଉଚରା କରୁଛି। 

Advertisment

ସୂଚନାଥାଉ କି, ନନ୍ଦକିଶୋର ସମ୍ପୃକ୍ତ ଯୁବତୀଙ୍କୁ ନେଇ ବେଙ୍ଗାଲୁରୁକୁ ପଳାଇ ଥିଲେ। ପରିବାର ଲୋକ ଧୁଷୁରୀ ଥାନାରେ ଅଭିଯୋଗ ପରେ ନାଵାଳିକାକୁ ପୋଲିସ୍‌ ଉଦ୍ଧାର କରିଥିଲା।  ଏନେଇ ମୃତ ଦେଵାଶିଷ ଓ ନନ୍ଦକିଶୋରଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା।

Murder Youth Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ