Advertisment

ପ୍ରେମରେ ତୃତୀୟ ପୁରୁଷର ଏଣ୍ଟ୍ରି ପରେ ଜଘନ୍ୟ କାଣ୍ଡ ଭିଆଇଲା ଜହ୍ଲାଦ ପ୍ରେମିକ

ଅକ୍ଟୋବର ୨୪ରେ ତୁରେକେଲା ଜଙ୍ଗଲରୁ ଏକ ଅର୍ଦ୍ଧଦଗ୍ଧ ଶବ ପାଇ ଛାନଭିନ୍ କରୁଥିଲା ତୁରେକେଲା ପୋଲିସ୍।

ଅଦ୍ୟତନ ହୋଇଛି
Youth kills girlfriend

Youth kills girlfriend

Advertisment

ଛତିଶଗଡ଼ ରାୟପୁରରେ ପ୍ଲାନିଂ, ବଲାଙ୍ଗିର ବଙ୍ଗୋମୁଣ୍ଡାରେ ମର୍ଡର। ପ୍ରେମରେ ତୃତୀୟ ବ୍ୟକ୍ତିଙ୍କ ଅନୁପ୍ରବେଶରୁ ପ୍ରେମିକାକୁ ଗୁଳି କରି ହତ୍ୟା ପରେ ମୃତଦେହ ପୋଡ଼ିଦେଲା ଜହ୍ଲାଦ ପ୍ରେମିକ। ଗତ ଅକ୍ଟୋବର ୨୪ରେ ବଲାଙ୍ଗିର ତୁରେକେଲା କାଜୁ ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ଶବ ମିଳିବା ଘଟଣାରେ ଏକ ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ। ତୁରେକେଲା ପୋଲିସ କବଜାରେ ଶଇତାନ୍ ପ୍ରେମିକ ସଚିନ ଅଗ୍ରଓ୍ୱାଲ। ବଲାଙ୍ଗିର ପୋଲିସର ସୂଚନା ଅନୁସାରେ ରାୟପୁରରେ ରହୁଥିବା ସଚିନ୍ ଅଗ୍ରଓ୍ୱାଲ ଓ କୋର୍ବାର ଏକ ବ୍ୟାଙ୍କ କର୍ମଚାରୀ ଥିବା ତନୁ କୁରେଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ।

Advertisment

ତେବେ ଏମାନଙ୍କ ଅଢେଇ ବର୍ଷର ସମ୍ପର୍କ ଭିତରେ ହଠାତ ଗୌରବ ନାମକ ଜଣେ ତୃତୀୟ ବ୍ୟକ୍ତିର ଅନୁପ୍ରବେଶ ଘଟିଥିଲା। ଯାହାକୁ ନେଇ ତନୁ ଉପରେ ପ୍ରଚଣ୍ଡ ଖପ୍ପା ହୋଇଥିଲା ସଚିନ୍। ଗତ ଅକ୍ଟୋବର ୨୧ରେ ମହାସମୁନ୍ଦ ବୁଲିବା ବାହାନାରେ ତନୁକୁ କାର୍‌ରେ ଓଡ଼ିଶାର ବଲାଙ୍ଗିର ନେଇ ଆସିଥିଲା ସଚିନ୍। ଆଉ ବଙ୍ଗୋମୁଣ୍ଡା ନିକଟରେ ତାକୁ କାର ଭିତରେ ଗୁଳି କରିଥିଲା। ପରେ ପ୍ରମାଣ ନଷ୍ଟ ଲାଗି ମୃତଦେହକୁ ତୁରେକେଲା କାଜୁ ଜଙ୍ଗଲରେ ଫିଙ୍ଗି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା।

ସେପଟେ ଝିଅକୁ ନପାଇ ଛତିଶଗଡ଼ ମୌଓ୍ୱା ଥାନାରେ ଏତଲା ଦେଇଥିଲେ ତନୁଙ୍କ ପରିବାର ଲୋକ। ଏପଟେ ଅକ୍ଟୋବର ୨୪ରେ ତୁରେକେଲା ଜଙ୍ଗଲରୁ ଏକ ଅର୍ଦ୍ଧଦଗ୍ଧ ଶବ ପାଇ ଛାନଭିନ୍ କରୁଥିଲା ତୁରେକେଲା ପୋଲିସ୍। ୟା ଭିତରେ ମୃତଦେହ ନିକଟରୁ କିଛି ଡକ୍ୟୁମେଣ୍ଟ ମିଳିବା ପରେ ଏହା ତନୁଙ୍କ ଶବ ବୋଲି ଅନୁମାନ ହୋଇଥିଲା। ପରେ ତନଙ୍କୁ ପରିବାର ଲୋକେ ଆସି ଶବ ଚିହ୍ନଟ କରିଥିଲେ। ଏଣେ ହତ୍ୟାକାରୀଙ୍କୁ ଧରିବାକୁ ବଲାଙ୍ଗିର ପୋଲିସ ଜାଲ ବିଛାଇଥିବା ବେଳେ ମୃୃତ ତନୁଙ୍କ ବଡ଼ ଭାଇ ଉମେଶ କୁରେଙ୍କ ସହ ହ୍ୱାଟ୍ସ ଆପ୍‌ରେ ଚାଟିଂ କରିଥିଲା ଅଭିଯୁକ୍ତ ସଚିନ୍।

Advertisment

ପ୍ରେମିକା ତନୁଙ୍କୁ କଣ ପାଇଁ ହତ୍ୟା କଲା, ତାର କାରଣ ବି ଚାଟିଂରେ ବଖାଣିଥିଲା। ଚାଟ୍ ମେସେଜ୍ ପାଇବା ପରେ ଅଭିଯୁକ୍ତକୁ ଟ୍ରାକ୍ କରିବା ପୋଲିସ ପାଇଁ ସହଜ ହୋଇଥିଲା। ତିନି ଦିନ ତଳେ ଅଭିଯୁକ୍ତ ସଚିନ୍ ବଲାଙ୍ଗିରରୁ କୋଲକାତା ଫେରାର ମାରୁଥିବା ବେଳେ ତାକୁ ମାଡ଼ି ବସିଥିଲା ବଲାଙ୍ଗିର ପୋଲିସର ସ୍ପେଶାଲ ସ୍କ୍ବାଡ୍ ପରେ ସଚିନ୍ ପୋଲିସ ଅାଗରେ ସବୁ ସତ ମାନିଥିବା କହିଛନ୍ତି ବଲାଙ୍ଗିର ଏସ୍‌ପି।

ତ୍ରିକୋଣୀୟ ପ୍ରେମରୁ ଏ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଥିବା ବେଳେ ଅଭିଯୁକ୍ତ ସଚିନକୁ ସହାୟତା କରିଥିବା କଂଟାବାଂଜିରର ସୁରଜ ଅଗ୍ରଓ୍ୱାଲକୁ ମଧ୍ୟ ଗିରଫ କରିଛି। ପୋଲିସ ହତ୍ୟାରେ ବ୍ୟବହୃତ ବନ୍ଧୁକ ମିଳିଥିବା ବେଳେ କାରର କିନ୍ତୁ ପତ୍ତା ମିଳିନି। ୟା ଭିତରେ ଅଭିଯୁକ୍ତ ସଚିନ୍ ଜଣେ ନିଶା ବେପାରୀ ଓ ତା ନାଁରେ ଏକାଧିକ ମାମଲା ଥିବା ଜାଣିବାକୁ ପାଇଛି ପୋଲିସ।

Advertisment

(କଣ୍ଟାବାଞ୍ଝିରୁ ଅନ୍ତିମ ପାଣିଗ୍ରାହୀ ଓ ବଲାଙ୍ଗିରରୁ ଘଟେଶ୍ୱର ମିଶ୍ରଙ୍କ ରିପୋର୍ଟ)

Youth Kills Girlfriend
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ