Advertisment

ପ୍ରେମିକା ମୃତ୍ୟୁର ପ୍ରତିଶୋଧ ନେଲା ପ୍ରେମିକ, ଲୋକ ଲଗାଇ ବିଚ୍‌ ବଜାରରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

ପ୍ରେମିକା ମୃତ୍ୟୁର ପ୍ରତିଶୋଧ ନେଲା ପ୍ରେମିକ। ପ୍ରେମିକାର ବାପାକୁ ବିଚ୍‌ ବଜାରରେ ଗୋଡ଼ାଇ ଗୋଡ଼ାଇ ହାଣିଲେ। ଯଦିଓ ଅଭିଯୁକ୍ତ ଜଣକ ଜେଲ୍‌ ଭିତରେ ଥିଲା, ତଥାପି ସେଠାରୁ ମର୍ଡର ପ୍ଲାନ୍‌ କରି ଲୋକ ଲଗାଇ ହତ୍ୟା କରିଥିଲା।

ଅଦ୍ୟତନ ହୋଇଛି
Odisha Murder Case

Youth Kills Girlfriend Father In Berhampur

Advertisment

ପ୍ରେମିକା ମୃତ୍ୟୁର ପ୍ରତିଶୋଧ ନେଲା ପ୍ରେମିକ। ଜେଲ୍‌ ଭିତରୁ ହତ୍ୟାର ନକ୍ସା ପ୍ରସ୍ତୁତ କଲା ପ୍ରେମିକ। ଆଉ କାହାରିକୁ ନୁହେଁ, ବରଂ ପ୍ରେମିକାର ବାପାକୁ ବିଚ୍‌ ବଜାରରେ ଗୋଡ଼ାଇ ଗୋଡ଼ାଇ ହାଣିଲେ। ଯଦିଓ ଅଭିଯୁକ୍ତ ଜଣକ ଜେଲ୍‌ ଭିତରେ ଥିଲା, ତଥାପି ସେଠାରୁ ମର୍ଡର ପ୍ଲାନ୍‌ କରି ଲୋକ ଲଗାଇ ହତ୍ୟା କରିଥିଲା। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରେ ବସ୍ ହକର୍ ସନାତନ ଚୌଧୁରୀ ହତ୍ୟା ଘଟଣାରେ ଏଭଳି ଚାଞ୍ଚଲ୍ୟକର ଖୁଲାସା ପୋଲିସ କରିଛି।

Advertisment

ବ୍ରହ୍ମପୁର ଏସ୍‌ପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ଗତ ୬ ତାରିଖ ରାତିରେ ସନାତନଙ୍କୁ ବଡ଼ବଜାର ଥାନା ଅନ୍ତର୍ଗତ ଆଚାର୍ଯ୍ୟ ବିହାରରେ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା । ତେବେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ଦିଗପହଣ୍ଡି ଅଞ୍ଚଳର ପ୍ରଦୀପ ସାହୁ, ଯିଏକି ଏବେ ଜେଲ୍‌ରେ ଅଛି।

ସୂଚନା ଅନୁସାରେ, ୩ଟି ବିବାହ କରିଥିବା ସନାତନଙ୍କ ପ୍ରଥମ ପତ୍ନୀଙ୍କ ଝିଅ ଥିଲା ସସ୍ମିତା। ଅଭିଯୁକ୍ତ ପ୍ରଦୀପ ଓ ସସ୍ମିତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ତେବେ କୌଣସି କାରଣରୁ ସସ୍ମିତାଙ୍କ ମୃତ୍ୟୁ ହେବା ପରେ, ଝିଅ ମରିଗଲା ଭଲ ହେଲା ବୋଲି ବାପା ସନାତନ କହିଥିଲେ। ଏହା ଶୁଣି ପ୍ରଦୀପ ରାଗି ଯାଇଥିଲା ଏବଂ ନିଜ ଭାଇ ପ୍ରଶାନ୍ତଙ୍କ ଜରିଆରେ ଆଉ କିଛି ଲୋକଙ୍କୁ ଯୋଗାଡ଼ କରି ସନାତନଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଇଥିଲା।

Advertisment

ଏହି ମାମଲାରେ ଗିରଫ ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଠାରୁ ଗୋଟିଏ କାତି, ୭୦ ଗ୍ରାମର ଗୋଟିଏ ସୁନା ଚେନ୍, ୭ଟି ମୋବାଇଲ ଫୋନ୍ ଓ ୨ଟି ବାଇକ ଜବତ ହୋଇଛି। 

Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ