Advertisment

iPhone ପାଇଁ ଡେଲିଭରୀ ବୟଙ୍କୁ ହତ୍ୟା, ୩ ଦିନ ଘର ଭିତରେ ମୃତଦେହ ରଖିବା ପରେ ସ୍କୁଟିରେ ନେଇ ଜାଳିଦେଲେ...

ଜଣେ ଯୁବକ ଆଇଫୋନ୍‌ ପାଇଁ ପୁରା ପ୍ଲାନିଂ ସହ ନା କେବଳ ଜଣେ ଡେଲିଭରୀ ବୟଙ୍କୁ ହତ୍ୟା କରିଛନ୍ତି, ବରଂ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଜାଳିଦେଇଥିଲେ।

ଅଦ୍ୟତନ ହୋଇଛି
Karnataka Youth Kills Delivery Person For iPhone

Youth kills delivery boy Unable to pay for iPhone

Advertisment

ଆପଲ୍‌ କମ୍ପାନୀ ଆଇଫୋନ୍‌ (iPhone)ର କ୍ରେଜ୍‌ ସାରା ଦୁନିଆରେ ରହିଛି। ମଜାଳିଆ ଢଙ୍ଗରେ ଆଇଫୋନ୍‌ ପାଇଁ କିଡ୍‌ନୀ ବିକ୍ରି କରିବା କଥା ମଧ୍ୟ ଲୋକମାନେ ସୋସିଆଲ ମିଡିଆରେ କହୁଥିବା ଆପଣ ଦେଖିଥିବେ। ହେଲେ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଜଣେ ଯୁବକ ଆଇଫୋନ୍‌ ପାଇଁ ପୁରା ପ୍ଲାନିଂ ସହ ନା କେବଳ ଜଣେ ଡେଲିଭରୀ ବୟଙ୍କୁ ହତ୍ୟା କରିଛନ୍ତି, ବରଂ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଜାଳିବା ପାଇଁ ମଧ୍ୟ ପ୍ରୟାସ କରିଥିଲେ। କର୍ଣ୍ଣାଟକ ହାସନ ଜିଲ୍ଲାର ଅର୍ସିକେରେ ସହରରେ ଏହି ହତ୍ୟାକାଣ୍ଡ ଘଟିଛି। ପୋଲିସ୍‌ ଘଟଣାର ପର୍ଦ୍ଦାଫାସ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। 

Advertisment

ସବୁଠାରୁ ଆଶ୍ଚର୍ଯ୍ୟକର କଥା, ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତର ବୟସ ମାତ୍ର ୨୦ ବର୍ଷ ହୋଇଥିବା ବେଳେ ମୃତକଙ୍କ ବୟସ ୨୩ ବର୍ଷ। ଗତ ଫେବୃଆରୀ ୧୧ରେ ଅର୍ସିକେରେ ସହରର ଅଙ୍କକୋପ୍ପଲ ରେଲ୍‌ୱେ ଷ୍ଟେସନ ନିକଟରେ ଜଳି ଯାଇଥିବା ଏକ ମୃତଦେହ ପୋଲିସ୍‌ ଉଦ୍ଧାର କରିଥିଲା। ଏହାପରେ ଛାନ୍‌ଭିନ୍‌ ଆରମ୍ଭ ହୋଇଥିଲା।

ଅଧିକ ପଢ଼ନ୍ତୁ: କୁକୁର ଭୟରେ ତିନି ମହଲାରୁ ଡେଇଁ ପଡ଼ିଲେ ଡେଲିଭରୀ ବୟ, ଚାଲିଗଲା ଜୀବନ...

Advertisment

ଫୋନ୍‌ ବିଲ୍‌ ଦେଇ ନପାରିବାରୁ...

ପୋଲିସ୍‌ ସୂଚନା ଅନୁସାରେ, ଅର୍ସିକେରେ ସହରର ଲକ୍ଷ୍ନୀପୁରା ଲେଆଉଟ୍‌ ନିକଟରେ ରହୁଥିବା ହେମନ୍ତ ଦତ୍ତ(୨୦) ଅନ୍‌ଲାଇନ୍‌ରେ ଏକ ସେକେଣ୍ଡ ହ୍ୟାଣ୍ଡ୍‌ ଆଇଫୋନ୍‌ ବୁକ୍‌ କରିଥିଲେ। ଏହି ଅର୍ଡରକୁ ଠିକଣା ସ୍ଥାନରେ ପହଞ୍ଚାଇବା ଦାୟିତ୍ୱ ଇ-କାର୍ଟର ଡେଲିଭରୀ ବୟ ହେମନ୍ତ ନାଏକଙ୍କୁ ଦିଆଯାଇଥିଲା। ଠିକ୍‌ ସମୟରେ ହେମନ୍ତ ନାଏକ ଆଇଫୋନ୍‌ ଡେଲିଭରୀ ପାଇଁ ହେମନ୍ତଙ୍କ ଲକ୍ଷ୍ନୀପୁରା ସ୍ଥିତ ବାସଭବନରେ ପହଞ୍ଚିଥିଲେ। ଫୋନ୍‌ ଡେଲିଭରୀ ପରେ ଏହା ବାବଦରେ ୪୬ ହଜାର ଟଙ୍କା ଦେବା ପାଇଁ ସେ ହେମନ୍ତଙ୍କୁ କହିଥିଲେ। ହେଲେ ହେମନ୍ତ ଡେଲିଭରୀ ବୟଙ୍କୁ ବାହାନା କରି ଘର ଭିତରକୁ ଡାକି ଛୁରୀରେ ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ୩ ଦିନ ଘର ଭିତରେ ଲୁଚାଇ ରଖିଥିଲେ।

ସ୍କୁଟିରେ ଲଦି ମୃତଦେହ ନେଇ ଜାଳିଦେଲେ...

୩ ଦିନ ପରେ ସୁଯୋଗ ଦେଖି ମୃତଦେହକୁ ସ୍କୁଟିରେ ଲଦି ଭୋର ପ୍ରାୟ ୫ଟା ସମୟରେ ହେମନ୍ତ ଦତ୍ତ ଘରୁ ବାହାରକୁ ଯାଇଥିଲେ। ଏହାପରେ ଅଙ୍କକୋପ୍ପଲ ରେଲ୍‌ୱେ ଷ୍ଟେସନ ନିକଟ ଏକ ନିଛାଟିଆ ସ୍ଥାନରେ ମୃତଦେହରେ ସେ ନିଆଁ ଲଗାଇ ଦେଇଥିଲେ। ପ୍ରମାଣ ନଷ୍ଟ ପାଇଁ ସେ ଏପରି କରିଥିଲେ। ପୋଲିସ୍‌ ଜେରା ବେଳେ ହେମନ୍ତ ଦତ୍ତ ଅପରାଧ ସ୍ୱୀକାର କରିବା ସହ କହିଥିଲା ଯେ, ଡେଲିଭରୀ ବୟଙ୍କୁ ୪୬ ହଜାର ଟଙ୍କା ଦେବା ପାଇଁ ତାଙ୍କ ପାଖରେ ଅର୍ଥ ନଥିଲା। ଆଉ ତାଙ୍କୁ ଆଇଫୋନ୍‌ ବି ଦରକାର ଥିଲା। ତେଣୁ ଡେଲିଭରୀ ବୟଙ୍କୁ ହତ୍ୟା ପାଇଁ ସେ ପ୍ଲାନ୍‌ କରିଥିଲେ। ସ୍କୁଟିରେ ମୃତଦେହ ଲଦି ହେମନ୍ତ ନେଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଯାହାକୁ ନେଇ ପୋଲିସ୍‌ ଛାନ୍‌ଭିନ୍‌ କରିବା ସହ ଘଟଣାର ତଦନ୍ତ ଚଳାଇଛି। 

Advertisment
Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ