Advertisment

ବିଚ୍‌ ରାସ୍ତାରେ ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କ ଘର ଜାଳିଦେଲେ ଗାଁ ଲୋକେ

ବିଚ୍‌ ରାସ୍ତାରେ ଯୁବକଙ୍କୁ ହତ୍ୟା। ଯୁବକଙ୍କୁ ହତ୍ୟା ପରେ ଅଭିଯୁକ୍ତଙ୍କ ଘର ଜାଳିଦେଲେ ଗାଁ ଲୋକେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।

ଅଦ୍ୟତନ ହୋଇଛି
Youth killed By Miscreants

Youth killed By Miscreants

Advertisment

ଖଲ୍ଲିକୋଟ: ବିଚ୍‌ ରାସ୍ତାରେ ଯୁବକଙ୍କୁ ହତ୍ୟା। ଯୁବକଙ୍କୁ ହତ୍ୟା ପରେ ଅଭିଯୁକ୍ତଙ୍କ ଘର ଜାଳିଦେଲେ ଗାଁ ଲୋକେ। ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଖଦାଳ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଗାଁର କାଳୁ ନାହାକ। କାଳୁଙ୍କୁ ହତ୍ୟା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଗାଁ ଲୋକେ ଅଭିଯୁକ୍ତଙ୍କ ଘର ଜାଳି ଦେଇଥିବା ଅଭିଯୋଗ ହୋଇଛି। 

Advertisment

ସୂଚନା ଅନୁସାରେ, ଆଜି ସକାଳେ କାଳୁ ଦୋକାନରୁ ଫେରିବା ବେଳେ କିଛି ଦୁର୍ବୃତ୍ତ ବିଚ୍‌ ରାସ୍ତାରେ ଖଣ୍ଡାରେ ତାଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ କାଳୁଙ୍କ ମୃତ୍ୟୁ ଘଟିଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ କରି ଅନ୍ୟ ଜଣେ ଯୁବକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସେ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି।

Advertisment

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ହତ୍ୟା ପରେ ଅଭିଯୁକ୍ତଙ୍କ ୩ଟି ଘର ଗ୍ରାମବାସୀ ଜାଳି ଦେଇଛନ୍ତି। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। କୋଦଳା ପୋଲିସ ଗାଁରେ ପହଞ୍ଚି ଘଟଣାର ଛାନ୍‌ଭିନ୍‌ ଚଳାଇଛି।

Youth Murdered
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ