Advertisment

ଅନ୍ଧାର ରାତିରେ ଶିଖରଚଣ୍ଡୀ ପାହାଡ଼ ତଳୁ ମିଳିଲା ଯୁବକଙ୍କ ମୃତଦେହ, ଘଟଣାସ୍ଥଳରୁ ବାଇକ୍‌ ଜବତ

ଶିଖରଚଣ୍ଡୀ ପାହାଡ଼ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରୁ ଏକ ବାଇକ୍‌ ମିଳିଛି। ହତ୍ୟା ପରେ ମୃତଦେହକୁ ଜାଳି ଦେବାକୁ ଉଦ୍ୟମ କରାଯାଇଥିବା ଚର୍ଚ୍ଚା ହେଉଛି।

ଅଦ୍ୟତନ ହୋଇଛି
Youth found half-burnt on Bhubaneswar Sikharchandi hill, dies

Youth found half-burnt on Bhubaneswar Sikharchandi hill, dies

Advertisment

ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅନ୍ତର୍ଗତ ଶିଖରଚଣ୍ଡୀ ପାହାଡ଼ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ନନ୍ଦନକାନନ ଥାନା ଅନ୍ତର୍ଗତ ବାଲିପଡ଼ା ଗାଁର ଲଲାଟେନ୍ଦୁ ପ୍ରଧାନଙ୍କ ପୁଅ ଅବିନାଶ ପ୍ରଧାନ(୨୨) ବୋଲି ଜଣାପଡ଼ିଛି। 

Advertisment

ସୂଚନା ଅନୁସାରେ, ଅବିନାଶଙ୍କୁ ହତ୍ୟା ପରେ ମୃତଦେହକୁ ଜାଳି ଦେବାକୁ ଉଦ୍ୟମ କରାଯାଇଥିବା ଚର୍ଚ୍ଚା ହେଉଛି। ଗତକାଲି ରାତିରେ ଏହି ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ଅବିନାଶଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରୁ ଏକ ବାଇକ୍‌ ଜବତ ହୋଇଛି।

ରାତିରେ ଶିଖରଚଣ୍ଡୀକୁ କାହିଁକି ଆସିଲେ ଅବିନାଶ ? ପ୍ଲାନ୍‌ କରାଯାଇ ତାଙ୍କୁ ଏଠାକୁ ଡକା ଯାଇଥିଲା ନା ତାଙ୍କୁ କେହି ଏଠାକୁ ଆଣିଥିଲେ ? ଏସବୁ ପଛରେ କାହାର ହାତ ରହିଛି ?  କିଏ ଓ କାହିଁକି ଅବିନାଶଙ୍କୁ ହତ୍ୟା କଲା ? ନା ଏହା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। 

Advertisment
Deadbody Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ