Advertisment

‘ମୋ ପୁଅ ତା’ ଜୀବନରେ କ୍ରାଇମ୍‌ କରିନି, ହେଲେ ତାକୁ ଫସାଇ ପୋଲିସ୍‌ ପିଟିପିଟି ମାରିଦେଲା’

ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବ୍ରାଉନସୁଗର କେସ୍‌ରେ ଫସାଇ ଜଣେ ଯୁବକଙ୍କୁ ପୋଲିସ ବାଡ଼େଇ ବାଡ଼େଇ ମାରି ଦେଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Youth Dies

Youth Dies

Advertisment

‘ମୋ ପୁଅ ଆଜି ଯାଏ ଜୀବନରେ କୌଣସି କ୍ରାଇମ୍‌ କରିନାହିଁ। ତା’ ଡ୍ୟୁଟି ଭଲ ତ ସେ ଭଲ। ହେଲେ ବ୍ରାଉନସୁଗର କେସ୍‌ରେ ତାକୁ ଫସାଇ ପୁଅକୁ ପୋଲିସ୍‌ ପିଟିପିଟି ହତ୍ୟା କରିଛି’।ପାରାଦୀପରୁ ଏଭଳି ଅଭିଯୋଗ ଆସିଛି। ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

Advertisment

ବ୍ରାଉନସୁଗର କେସ୍‌ରେ ଫସାଇ ପୁଅକୁ ପୋଲିସ ବାଡ଼େଇ ବାଡ଼େଇ ମାରି ଦେଇଥିବା ମୃତକ ମନୋରରଞ୍ଜନଙ୍କ ବାପା ଅଭିଯୋଗ ଆଣିଛନ୍ତି। ଏପରିକି ରାତି ଅଧିଆ ପୋଷ୍ଟମର୍ଟମ କରିବା ସହ ମୃତଦେହ ନିକଟକୁ ପୋଲିସ ଛାଡି ନଥିବା ଅଭିଯୋଗ ହୋଇଛି। 

ସୂଚନା ଅନୁସାରେ, ମନୋରରଞ୍ଜନଙ୍କ ଦୁର୍ଘଟଣା ହୋଇଥିବା ନେଇ ପ୍ରଥମେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ସୂଚନା ପାଇ ପରିବାର ଲୋକେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ପହଞ୍ଚିଥିଲେ। ପ୍ରଥମେ ମୃତଦେହ ନିକଟକୁ ପରିବାର ଲୋକଙ୍କୁ ପୋଲିସ୍‌ ଛାଡ଼ି ନଥିବା ଅଭିଯୋଗ ହୋଇଥିଲା। ପରେ ମୃତଦେହକୁ ପୋଲିସ୍‌ ପରିବାର ଲୋକଙ୍କୁ ଦେଖାଇ ଥିଲେ। ନାକରୁ ରକ୍ତ ବାହାରିବା ସହ କାନ ଫୁଲିଥିବା ଦେଖିବାକୁ ମିଳିଥିଲା।

Advertisment
Youth Dies Mysterious Abhaychandpur Police Station
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ