Advertisment

ବିଚ୍‌ ରାସ୍ତାରେ ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ବିଚ୍‌ ରାସ୍ତାରେ ଫିଲ୍ମ ଷ୍ଟାଇଲରେ ହତ୍ୟା। ଜୀବନ ବଞ୍ଚାଇବାକୁ ଯୁବକ ଦ୍ୱୟ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁବୃର୍ତ୍ତମାନେ ସେମାନଙ୍କୁ ଛାଡ଼ି ନଥିଲେ। ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।

Youth Murdered In Bolangir

Youth Murdered In Bolangir

Advertisment

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ବିଚ୍‌ ରାସ୍ତାରେ ଫିଲ୍ମ ଷ୍ଟାଇଲରେ ହତ୍ୟା। ଜୀବନ ବଞ୍ଚାଇବାକୁ ଯୁବକ ଦ୍ୱୟ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁବୃର୍ତ୍ତମାନେ ସେମାନଙ୍କୁ ଛାଡ଼ି ନଥିଲେ। ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଛକରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଲୋଇସିଂହାର ରୂପକ ହନୁମାନଙ୍କ ମୃତ୍ୟୁ ଘଟିଛି। ସରୋଜ ବିଶି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Advertisment

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ରୂପକ ଓ ସରୋଜଙ୍କୁ ୫ ଜଣ ଯୁବକ ସଂଘବଦ୍ଧ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବାକୁ ରୂପକ ଓ ସରୋଜ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁବୃର୍ତ୍ତମାନେ ସେମାନଙ୍କୁ ଛାଡ଼ି ନଥିଲେ। ଗୋଡ଼ାଇ ଗୋଡ଼ାଇ ସେମାନଙ୍କୁ ଆକ୍ରମଣ କରିଥିଲେ।

ଗୁରୁତର ଅବସ୍ଥାରେ ରୂପକ ଓ ସରୋଜଙ୍କୁ ପରିବାର ଲୋକେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ରୂପକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସରୋଜଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନେ ଫେରାର ଅଛନ୍ତି। ପୋଲିସ୍‌ ଅଭିଯୁକ୍ତଙ୍କୁ ଧରିବା ଲାଗି ଛାନ୍‌ଭିନ୍‌ ଆରମ୍ଭ କରିଥିବା ବେଳେ ଘଟଣାର ତଦନ୍ତ ଚଳାଇଛି। 

Advertisment
Youth Murdered
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ