Advertisment

ହାତଗୋଡ଼ ବାନ୍ଧି ପାଣିକୁ ଫିଙ୍ଗି ଦେଲେ, ମୃତଦେହ ମିଳିବା ପରେ ଜଣାପଡ଼ିଲା...

ହାତଗୋଡ଼ ବନ୍ଧା ଅବସ୍ଥାରେ ପାଣିରୁ ମୃତଦେହ ମିଳିବା ପରେ ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ। ଯୁବକଙ୍କୁ କେହି ହତ୍ୟା କରି ଏମିତି ଅବସ୍ଥାରେ ପାଣିରେ ଫିଙ୍ଗି ଦେଇଛନ୍ତି ନା ଘଟଣା ପଛରେ ଆଉ କିଛି କାରଣ ରହିଛି ତାହା ଜଣାପଡ଼ିନି।

Youth body recovered from power channel in Burla

Youth body recovered from power channel in Burla

Advertisment

ହାତଗୋଡ଼ ବନ୍ଧା ଅବସ୍ଥାରେ ପାଣିରୁ ମୃତଦେହ ମିଳିବା ପରେ ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ। ଯୁବକଙ୍କୁ କେହି ହତ୍ୟା କରି ଏମିତି ଅବସ୍ଥାରେ ପାଣିରେ ଫିଙ୍ଗି ଦେଇଛନ୍ତି ନା ଘଟଣା ପଛରେ ଆଉ କିଛି କାରଣ ରହିଛି ତାହା ଜଣାପଡ଼ିନି। ତେବେ ପରକୀୟା ପ୍ରୀତି ପାଇଁ ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସ୍‌ କହିଛି। ହେଲେ ପ୍ରକୃତରେ କେଉଁ କାରଣ ପାଇଁ ଯୁବକଙ୍କୁ ହତ୍ୟା କରାଗଲା, ଏଥିରେ କେଉଁ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେସମ୍ପର୍କରେ ଜଣାପଡ଼ିନି। ସମ୍ବଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ ମଝିପଡ଼ା ଅଞ୍ଚଳରେ ଏକ ପାୱାର ଚ୍ୟାନେଲରୁ ଯୁବକଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକ ହେଲେ ସଦର ଥାନା ଅନ୍ତର୍ଗତ ଘେନୁ ପାଲି ଗାଁର ସୁବିନ୍ଦ କୁଅଁର। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁସାରେ, ଗତ ମଙ୍ଗଳବାର ଦିନ ସୁବିନ୍ଦ କୌଣସି କାମରେ ମଝିପଡ଼ାକୁ ଆସିଥିଲେ। ସେଠାରେ ତାଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ସେ ନିଖୋଜ ଥିଲେ। ଘଟଣାରେ ଅଟକ ୨ ଜଣ ଅଭିଯୁକ୍ତଙ୍କ ବୟାନ ଆଧାରରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା। ଶେଷରେ ସୁବିନ୍ଦଙ୍କ ମୃତଦେହ ଏକ ପାୱାର ଚ୍ୟାନେଲରେ ହାତଗୋଡ଼ ବନ୍ଧା ଅବସ୍ଥାରେ ପାଣିରୁ ଉଦ୍ଧାର କରାଯାଇଥିଲା। 

ପରକୀୟା ପ୍ରୀତିକୁ ନେଇ ଯୁବକଙ୍କୁ ହତ୍ୟା କରାଯାଇଥିବା ଏସ୍‌ପି କହିଛନ୍ତି। ଏହାସହ ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରକୃତରେ କେଉଁ କାରଣ ପାଇଁ ସୁବିନ୍ଦଙ୍କୁ ହତ୍ୟା କରାଗଲା ? ଏଥିରେ କେଉଁ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ୍‌ ଛାନ୍‌ଭିନ୍‌ ଚଳାଇଛି। 

Advertisment
Deadbody Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ