Advertisment

ରଜ ଦୋଳିରେ ଝୁଲୁଛି ଯୁବକଙ୍କ ମୃତଦେହ

ରଜ ଦୋଳିରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ରାତିରେ ଯୁବକ ଜଣକ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲେ।

Youth body found on a swing hung for Raja celebrations in Banki

Youth body found on a swing hung for Raja celebrations in Banki

Advertisment

ରଜ ଦୋଳିରେ ଝୁଲୁଛି ଶବ। ରଜ ଦୋଳିରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। କଟକ ଜିଲ୍ଲା ବାଙ୍କୀରେ ଏଭଳି ଘଟଣା ଘଟିଛି। ମୃତ ଯୁବକ ସାହାଡାପଦା ଗାଁର ଅନୀଲ ବେହେରା। 

Advertisment

ସୂଚନା ଅନୁସାରେ, ବାଙ୍କୀ ଥାନା ଅନ୍ତର୍ଗତ ବ୍ରହ୍ମେଇଙ୍କ ପୀଠରେ ରଜ ମହୋତ୍ସବ ଚାଲିଥିଲା। ଗତକାଲି ରାତିରେ ଅନୀଲ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲେ। ତେବେ ଆଜି ସକାଳୁ ରଜ ଦୋଳିରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଖବରପାଇ ବାଙ୍କୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। 

Advertisment
Deadbody Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ