Advertisment

ହାତରେ ଛୁରୀ ଧରି ବିଚ୍ ରାସ୍ତାରେ ଆତଙ୍କରାଜ: ଯାହାକୁ ପାରିଲେ ତାକୁ ମାରିବା ପାଇଁ ଗୋଡ଼ାଇଲେ...

ହାତରେ ଧାରୁଆ ଛୁରୀ ଧରି ବିଚ୍ ରାସ୍ତାରେ ଆତଙ୍କ ଖେଳାଇଲେ ମାନସିକ ବିକୃତ ଯୁବକ। ଏପରିକି ଯାହାକୁ ପାରିଲେ ତାକୁ ମାରିବାକୁ ଗୋଡ଼ାଉ ଥିଲେ।

ଅଦ୍ୟତନ ହୋଇଛି
Youth Attacked To Locals In Mohana

Youth Attacked To Locals In Mohana

Advertisment

ମାନସିକ ବିକୃତ ଯୁବକଙ୍କ ଉନ୍ମତ୍ତ କାଣ୍ଡ। ହାତରେ ଧାରୁଆ ଛୁରୀ ଧରି ବିଚ୍ ରାସ୍ତାରେ ଆତଙ୍କ ଖେଳାଇଲେ। ଏପରିକି ଯାହାକୁ ପାରିଲେ ତାକୁ ମାରିବାକୁ ଗୋଡ଼ାଉ ଥିଲେ। ଯୁବକଙ୍କ ଏଭଳି କାଣ୍ଡ ଦେଖି ଲୋକମାନେ ଭୟଭୀତ ହୋଇଯାଇଥିଲେ। ଶେଷରେ ବହୁ କଷ୍ଟରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ୍‌ କାବୁ କରିଥିଲା। ଗଜପତି ଜିଲ୍ଲା ମୋହନା ଲୁହାଗୁଡ଼ି ଢାବା ଛକ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି।

Advertisment

ସୂଚନା ଅନୁସାରେ, ସ୍ଥାନୀୟ ହରିଜନ ସାହିର ଜଣେ ମାନସିକ ବିକୃତ ଯୁବକ ହାତରେ ଛୁରୀ ଧରି ବିଚ୍‌ ରାସ୍ତାରେ ଆତଙ୍କ ଖେଳାଇଥିଲେ। ଦୀର୍ଘ ସମୟ ଧରି ରାସ୍ତାରେ ଆତଙ୍କରାଜ୍ ଚଳାଇବା ସହ ଯାହାକୁ ପାରିଲେ ତାକୁ ମାରିବାକୁ ଗୋଡ଼ାଉ ଥିଲେ।

ଖବର ପାଇ ଥାନା ଅଧିକାରୀଙ୍କ ସମେତ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ କାବୁ କରିବାକୁ ପ୍ରୟାସ କରିଥିଲେ। ଶେଷରେ ପ୍ରାୟ ୨ ଘଣ୍ଟା ପରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ୍‌ କାବୁ କରିବାରେ ସଫଳ ହୋଇଥିଲା। ଏହାପରେ ପୋଲିସ୍‌ ଯୁବକଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା।

Advertisment
Youth Attacked
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ