• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରେମିକା କଥା ହେବାକୁ ମନା କରିବାରୁ ଛୁରାମାଡ଼ କଲା ପ୍ରେମିକ । ଥରେ କି ଦୁଇ ଥର ନୁହେଁ ବରଂ ୧୩ ଥର ଛୁରାମାଡ଼ କରିଛି ପ୍ରେମିକ । ହସ୍ପିଟାଲ ବେଡ୍‌ରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ପ୍ରେମିକା । ଗତକାଲି ଦିଲ୍ଲୀରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ମାମଲା ମଧ୍ୟ ରୁଜୁ କରିଛି ।

ସୂଚନାନୁଯାୟୀ ପ୍ରାଚୀ ନାମକ ଜଣେ ଯୁବତୀଙ୍କ ଉପରକୁ ଛୁରୀରେ ଆକ୍ରମଣ କରିଛନ୍ତି ତାଙ୍କ ପ୍ରେମିକ ଗୌରବ ପାଲ୍‌ । ଦୁଇଜଣଙ୍କ ମଧ୍ୟରେ କୌଣସି କାରଣତୁ ତିକ୍ତତା ବଢ଼ିବାରୁ ଦୁହେଁ କଥାବାର୍ତ୍ତା ବନ୍ଦ କରିଦେଇଥିଲେ । ଏମିତିକି ପ୍ରାଚୀ ତାଙ୍କୁ ଫୋନ୍‌ରୁ ବ୍ଲକ୍‌ ମଧ୍ୟ କରିଥିଲେ । ପ୍ରାଚୀ ଏକ ଇଣ୍ଟରଭ୍ୟୁକୁ ଯିବା ସମୟରେ ଗୌରବଙ୍କ ସହ ତାଙ୍କର ଭେଟ ହୋଇଥିଲା । ତାଙ୍କ ମଧ୍ୟରେ ଖୁବ ଜୋର୍‌ରେ ଝଗଡ଼ା ଲାଗିଲା । ଗୌରବ ରାଗିଯାଇ ପ୍ରାଚୀଙ୍କ ମୋବାଇଲ୍‌ ଛଡ଼ାଇ ନେଇଥିଲେ ।

ଏହାପରେ ପ୍ରାଚୀ ଏକ କ୍ୟାବ୍‌ ବୁକ୍‌ କରି ସେଠାରୁ ଚାଲି ଯାଉଥିଲେ । ଠିକ୍‌ ସେହି ସମୟରେ ଗୌରବ ପ୍ରାଚୀଙ୍କୁ ଛୁରାମାଡ଼ କରିଥିଲେ । ଥରେ କି ଦୁଇ ଥର ନୁହେଁ ବରଂ ୧୩ ଥର ଛୁରାମାଡ଼ କରିଥିଲେ । ଘଟଣାସ୍ଥଳରେ ପ୍ରବଳ ଲୋକ ଥିବାରୁ ଗୌରବଙ୍କୁ ଲୋକେ ଅଟକ ରଖି ପୋଲିସକୁ ହସ୍ତାନ୍ତର କରିଥିଲେ । ପୋଲିସ ଗୌରବଙ୍କୁ ନେଇ ପଚରାଉଚରା ଜାରି ରଖିଛି ।

ପୋଲିସ ପକ୍ଷରୁ କୁହାଯାଇଛି ଯେ ଗତ ସେପ୍ଟେମ୍ବର ୧୦ ତାରିଖରେ ପ୍ରାଚୀ ଗୌରବଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ । ଗୌରବ ତାଙ୍କୁ ହଇରାଣ କରୁଥିବା ନେଇ ସେ ପୋଲିସ ଆଗରେ ଅଭିଯୋଗ କରିଥିଲେ । ପ୍ରାଚୀଙ୍କ ଦାଦା କହିଛନ୍ତି ଯେ, ଗୌରବ ଦୁଇବର୍ଷ ହେବ ପ୍ରାଚୀଙ୍କୁ ହଇରାଣ କରୁଥିଲେ ଏବଂ ତାଙ୍କୁ ବିବାହ କରିବା ପାଇଁ ବାଧ୍ୟ କରୁଥିଲେ ।