Advertisment

ନିଶା ଛଡ଼ାଇବା ନାଁରେ ଜୀବନ ନେଇଗଲେ ! ମର୍ଡର ପରେ ଆକ୍ଟିଂ...

ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କୁ ପିଟି ପିଟି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ୩ ଦିନ ପୂର୍ବେ ଯୁବକ ଜଣକ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ।

ଅଦ୍ୟତନ ହୋଇଛି
Youth Allegedly Killed In De Addiction Centre In Bhubaneswar

Youth Allegedly Killed In De Addiction Centre In Bhubaneswar

Advertisment

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ମାରିଦେଲେ ! ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କୁ ପିଟି ପିଟି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ- ଡୁମଡୁମା ଅଞ୍ଚଳର ରାଜୀବ ଶ୍ରୀଚନ୍ଦନ।

Advertisment

ସୂଚନା ଅନୁସାରେ, ୩ ଦିନ ପୂର୍ବେ ରାଜୀବ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଗତକାଲି ସେ ଅସୁସ୍ଥ ହୋଇପଡ଼ିଥିଲେ। ଏହା ସତ୍ତ୍ୱେ ତାଙ୍କୁ ନିଶା ନିବାରଣ କେନ୍ଦ୍ରର ଅଧିକାରୀ ହସ୍ପିଟାଲକୁ ନେଇନଥିଲେ ବୋଲି ଅଭିଯୋଗ ହୋଇଛି। ଆଜି ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ପରିବାର ଓ ସ୍ଥାନୀୟ ଲୋକେ ଖଣ୍ଡଗିରି ଥାନା ଘେରାଉ କରିଥିଲେ। ଘଣ୍ଟାଏ ଧରି ଉତ୍ତେଜନା ଲାଗି ରହିବା ପରେ ପରିବାର ଓ ସ୍ଥାନୀୟ ଲୋକଙ୍କୁ ପୋଲିସ୍‌ ବୁଝାସୁଝା କରିଥିଲା। ଏହାପରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଭୁବନେଶ୍ୱର ଏମ୍ସ ପଠାଯାଇଛି।

Advertisment

ରାଜୀବଙ୍କ ମୃତ୍ୟୁକୁ ନେଇ ତାଙ୍କ ବନ୍ଧୁ ମାନସ ରଞ୍ଜନ ଗୌଡ଼ କହିଛନ୍ତି ଯେ, ‘ତା ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ସମ୍ପୂର୍ଣ୍ଣ ଭାବେ ତାକୁ ପିଟି ପିଟି ମାରିଦେଇ ଅଭିନୟ କରୁଛନ୍ତି।’

Youth Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ