Advertisment

ଫ୍ରି-ଫାୟାର ନେଲା ଜୀବନ ! ନା ଅଛି ଶରୀର, ନା ଅଙ୍ଗପ୍ରତ୍ୟଙ୍ଗ; ବାଡ଼ିରୁ ମିଳିଲା ଝୁଲନ୍ତା ଖପୁରୀ

ନା ଅଛି ଶରୀର, ନା ଅଙ୍ଗପ୍ରତ୍ୟଙ୍ଗ, ଅଛି ତ କେବଳ ଦେହାବଶେଷ। ତାହା ପୁଣି ଏକ ଗଳିତ ଖପୁରୀ।  ଚିହ୍ନିବା, ଜାଣିବା ବି ମୁସ୍କିଲ ଯେ, କାହାର ଏ ନରକଙ୍କାଳ ? ଘରଠାରୁ ଅଳ୍ପ ଦୂର ଏକ ଜଙ୍ଗଲିଆ ସ୍ଥାନରୁ ଉଦ୍ଧାର ହୋଇଥିବା ଝୁଲନ୍ତା ଖପୁରୀ ଉଦ୍ଧାର ହୋଇଛି।

ଅଦ୍ୟତନ ହୋଇଛି
Youth allegedly commits suicide

Youth allegedly commits suicide

Advertisment

ନା ଅଛି ଶରୀର, ନା ଅଙ୍ଗପ୍ରତ୍ୟଙ୍ଗ, ଅଛି ତ କେବଳ ଦେହାବଶେଷ। ତାହା ପୁଣି ଏକ ଗଳିତ ଖପୁରୀ।  ଚିହ୍ନିବା, ଜାଣିବା ବି ମୁସ୍କିଲ ଯେ, କାହାର ଏ ନରକଙ୍କାଳ ? ପାରିପାର୍ଶ୍ୱିକ ସ୍ଥିତି, ପୋଲିସର ପ୍ରାଥମିକ ତଦନ୍ତ ଏବଂ ଜଣେ ନିଖୋଜ ଯୁବକଙ୍କ ସମ୍ପର୍କୀୟଙ୍କ ସୂଚନା ଆଧାରରେ ଯେଉଁ ସତ ସାମ୍ନାକୁ ଆସିଛି, ଲୋକମାନେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ନିଖୋଜର ପ୍ରାୟ ୨ ମାସ ପରେ ଭଦ୍ରକ ଜିଲ୍ଲା ହାତିବାଡି ଗାଁର ଖଗେଶ୍ୱର ନାୟକଙ୍କୁ ନେଇ ଏବେ ଚର୍ଚ୍ଚା। ଘରଠାରୁ ଅଳ୍ପ ଦୂର ଏକ ଜଙ୍ଗଲିଆ ସ୍ଥାନରୁ ଉଦ୍ଧାର ହୋଇଥିବା ଝୁଲନ୍ତା ଖପୁରୀ ଖଗେଶ୍ୱରଙ୍କ ବୋଲି ସନ୍ଦେହ କରାଯାଉଛି। ତାଙ୍କ ମୃତ୍ୟୁ ପଛରେ ଅନ୍‌ଲାଇନ୍‌ ଗେମ୍‌ ବୋଲି ସନ୍ଦେହ କରାଯାଉଛି। ସେ ଫ୍ରି-ଫାୟାର ଗେମ୍‌ ସହ ଅନ୍ୟସବୁ ଅନ୍‌ଲାଇନ୍‌ ଗେମ୍‌ ଖେଳୁଥିଲେ ବୋଲି ଜଣାପଡ଼ିଛି। 

Advertisment

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦେହୁଡି ଆନନ୍ଦପୁର ଅଞ୍ଚଳରୁ ଏକ ନରକଙ୍କାଳ ଉଦ୍ଧାର ହୋଇଛି। ପାରିପାର୍ଶ୍ୱିକ ସ୍ଥିତି, ପୋଲିସର ପ୍ରାଥମିକ ତଦନ୍ତ ଏବଂ ସମ୍ପର୍କୀୟଙ୍କ ସୂଚନା ଆଧାରରେ ଏହା ୧୯ ବର୍ଷୀୟ ଖଗେଶ୍ୱରଙ୍କ ବୋଲି ସନ୍ଦେହ କରାଯାଉଛି। ଖଗେଶ୍ୱରଙ୍କ ଦାଦା ବାଡିକୁ ବାଉଁଶ କାଟିବା ପାଇଁ ଯାଇଥିବା ବେଳେ ଏକ ଝୁଲନ୍ତା ଖପୁରୀ ଦେଖିଥିଲେ। ଏହାପରେ ସେ ଜୋତା ଓ ଅନ୍ୟାନ୍ୟ କପଡ଼ା ସେଠାରେ ପଡିଥିବା ଦେଖିବାକୁ ପାଇଥିଲେ। ଜୋତା ଓ କପଡ଼ା ଦେଖି ଏହି ନରକଙ୍କାଳ ନିଖୋଜ ଖଗେଶ୍ୱରଙ୍କ ବୋଲି ସନ୍ଦେହ କରାଯାଉଛି। ଏହି ଆଧାରରେ ପୋଲିସ ତଦନ୍ତକୁ ତ୍ୱରାନ୍ୱିତ କରିଛି। 

ସୂଚନାଥାଉ କି, ଗତ ଡିସେମ୍ବର ୧୯ ତାରିଖରୁ ଖଗେଶ୍ୱର ନିଖୋଜ ଥିଲେ। ମୋବାଇଲରେ ଫ୍ରି-ଫାୟାର ଓ ଲୁଡୋ ଗେମ୍‌ ଖେଳି ସେ ବାରମ୍ବାର ବାପାଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଖର୍ଚ୍ଚ କରି ଚାଲିଥିଲେ। ଆକାଉଣ୍ଟରୁ ୨୦ ହଜାରରୁ ଅଧିକ ଟଙ୍କା କଟିଯାଇଥିଲା। ପରେ ଘର ଲୋକଙ୍କ ତାଗିଦ ପରେ ଖଗେଶ୍ଵର ମୋବାଇଲକୁ ଘରେ ରଖି କେଉଁଆଡ଼େ ଚାଲି ଯାଇଥିଲେ। ଘର ଛାଡ଼ି ଚାଲି ଯିବା ପୂର୍ବରୁ ସେ ମୋବାଇଲରୁ ଗେମ୍‌ ଅନ୍‌ଇନ୍‌ଷ୍ଟଲ୍‌ କରିବା ସହ ଫୋନ୍‌ରୁ କିଛି ମେସେଜ ମଧ୍ୟ ଡିଲିଟ କରି ଦେଇଥିଲେ। ଘରକୁ ନଫେରିବା ଫଳରେ ପରିବାର ଲୋକେ ପଡୋଶୀ, ସାଙ୍ଗସାଥି ଓ ବନ୍ଧୁଙ୍କ ଘରେ ପଚରାଉଚରା କରିଥିଲେ। ହେଲେ ତାଙ୍କର କୌଣସି ପତ୍ତା ମିଳିପାରିନଥିଲା। ଶେଷରେ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ। 

Advertisment

ଆଉ ଏବେ ଖଗେଶ୍ଵରଙ୍କ ବାଡିରୁ ନରକଙ୍କାଳ ଉଦ୍ଧାର ହୋଇଛି। ଜୋତା ଓ ଅନ୍ୟାନ୍ୟ କପଡ଼ା ସେଠାରେ ପଡିଥିବା ଖଗେଶ୍ଵରଙ୍କ ଦାଦା ଦେଖିବାକୁ ପାଇଛନ୍ତି। ତେଣୁ ଏହି ନରକଙ୍କାଳ ଖଗେଶ୍ଵରଙ୍କ ବୋଲି ସନ୍ଦେହ କରାଯାଉଛି। ଘଟଣାକୁ ନେଇ କୋହଭରା କଣ୍ଠରେ ଖଗେଶ୍ଵରଙ୍କ ଭଉଣୀ କହିଛନ୍ତି, ‘ଅଭିଭାବକମାନଙ୍କୁ ଅନୁରୋଧ କରୁଛି, ସେମାନେ ପିଲାମାନଙ୍କୁ ମୋବାଇଲ୍‌ ଯଦି ଦେଉଛନ୍ତି, ତା’ହେଲେ ଫୋନ୍‌ର ସଠିକ୍‌ ବ୍ୟବହାର ହେଉଛି କି ନାହିଁ ନଜର ରଖନ୍ତୁ।’

Online Game Youth Suicide Free Fire Game
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ