Advertisment

ବିନା ଟିକେଟ୍‌ରେ ଟ୍ରେନ୍‌ରେ ଯାତ୍ରା କରୁଥିଲେ ମହିଳା ଇଞ୍ଜିନିୟର,ମାଡ଼ ମାରି ମୁଣ୍ଡ ଫଟାଇଲେ RPF କନଷ୍ଟେବଲ

ଆର୍‌ପିଏଫ୍‌ କନଷ୍ଟେବଲଙ୍କ ମାଡ଼ରେ ମହିଳା ଇଞ୍ଜିନିୟର ଲହୁଲୁହାଣ। ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ସମ୍ପୃକ୍ତ ମହିଳା ଇଞ୍ଜିନିୟରଙ୍କ ପାଖରେ ଟିକେଟ୍ ନ ଥିବାରୁ ତାଙ୍କୁ ଆର୍‌ପିଏଫ୍‌ କନଷ୍ଟେବଲ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Woman Beaten Up By RPF Constable

Woman Beaten Up By RPF Constable

Advertisment

ରାଉରକେଲା: ଆର୍‌ପିଏଫ୍‌ କନଷ୍ଟେବଲଙ୍କ ମାଡ଼ରେ ମହିଳା ଇଞ୍ଜିନିୟର ଲହୁଲୁହାଣ। ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ସମ୍ପୃକ୍ତ ମହିଳା ଇଞ୍ଜିନିୟରଙ୍କ ପାଖରେ ଟିକେଟ୍ ନ ଥିବାରୁ ତାଙ୍କୁ ଆର୍‌ପିଏଫ୍‌ କନଷ୍ଟେବଲ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ରାଉରକେଲା GRP ଥାନାରେ ଏତଲା ଦେଇଛନ୍ତି ମହିଳା ଇଞ୍ଜିନିୟର ଅନିତା ରାଜ୍।

Advertisment

ସୂଚନା ଅନୁସାରେ, ଅନିତାଙ୍କ ପାଖରେ ଟଙ୍କା ନଥିବାରୁ ବିନା ଟିକେଟ୍‌ରେ ସେ ଗୀତାଞ୍ଜଳି ଏକ୍ସପ୍ରେସରେ ଗୁଣ୍ଡିଆରୁ ହାଓ୍ୱଡା ଯାତ୍ରା କରୁଥିଲେ। ତେବେ ଟିକେଟ୍‌କୁ ନେଇ ପାନପୋଷ ଷ୍ଟେସନ ନିକଟରେ ଆର୍‌ପିଏଫ୍‌ କନଷ୍ଟେବଲ ଅଜିତ କୁମାର ନାଏକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲ। ଏହାପରେ ଆର୍‌ପିଏଫ୍‌ କନଷ୍ଟେବଲ ଅନିତାଙ୍କୁ ପିଟିଥିବା ଅଭିଯୋଗ ହୋଇଛି। କନଷ୍ଟେବଲଙ୍କ ମାଡ଼ରେ ଅନିତାଙ୍କ ମୁଣ୍ଡ ଫାଟିଥିବା ଅଭିଯୋଗ ହୋଇଛି। 

Advertisment

ଟିକେଟ୍‌ ଚେକ୍‌ କରିବା ଦାୟିତ୍ୱ ଟିଟିଇଙ୍କର। ହେଲେ ଆର୍‌ପିଏଫ୍‌ କନଷ୍ଟେବଲ କ’ଣ ପାଇଁ ତାଙ୍କୁ ମାଡ଼ ମାରିଲେ ବୋଲି ଅନିତା ପ୍ରଶ୍ନ କରିଛନ୍ତି। ଏନେଇ ସେ ରାଉରକେଲା GRP ଥାନାରେ ଏତଲା ଦେଇଛନ୍ତି। ଘଟଣାର ତଦନ୍ତ କରାଯାଉଥିବା ରାଉରକେଲା ଜିଆର୍‌ପି ଥାନା ଅଧିକାରୀ କହିଛନ୍ତି। ସେ କହିଛନ୍ତି, ‘ଗୀତାଞ୍ଜଳି ଏକ୍ସପ୍ରେସରେ ବିନା ଟିକେଟ୍‌ରେ ମହିଳା ଜଣକ ଗୁଣ୍ଡିଆରୁ ହାୱଡା ଯାଉଥିଲେ। ବିନା ଟିକେଟ୍‌ ଥିବା ଦର୍ଶାଇ ଆର୍‌ପିଏଫ୍‌ କନଷ୍ଟେବଲ ଅଜିତ କୁମାର ନାଏକ ମହିଳାଙ୍କ ସହ ଯୁକ୍ତିତର୍କ କରିବା ସହ ତାଙ୍କୁ ଗାଳିଗୁଲଜ କରିଥିଲେ। ଏପରିକି ସେ ଲାଠିରେ ମହିଳାଙ୍କ ମୁଣ୍ଡକୁ ଶକ୍ତ ପ୍ରହାର ମଧ୍ୟ କରିଥିଲେ। ଏଥିରେ ତାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଏନେଇ ମହିଳା ଜଣକ ଥାନାରେ ଏତଲା ଦେଇଛନ୍ତି ଓ ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇଛି। ଏହାସହ ଘଟଣାର ତଦନ୍ତ କରାଯାଉଛି।’

Assault Case Rpf Constable
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ