Advertisment

ଧୋକା ଦେବା ପରେ ବର ଘରେ କନ୍ୟାର ଧାରଣା

ଡାକ୍ତର ଡିମ୍ପଲ ଓ ଡାକ୍ତର ସସ୍ମିତଙ୍କ ସାହାନାଇ ବାଜିବାର ଥିଲା। ସେଥିପାଇଁ ଡାକ୍ତର ଡିମ୍ପଲ କନ୍ୟା ବେଶରେ ସଜେଇ ହୋଇଥିଲେ। ହେଲେ ନିର୍ଦ୍ଧାରିତ ସମୟ ଭିତରେ କନ୍ୟା ଘରେ ପହଞ୍ଚି ନଥିଲା ବର।

Woman Stages Dharna

Woman Stages Dharna

Advertisment

ବ୍ରହ୍ମପୁର: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ବର ଘର ଆଗରେ କନିଆ ବେଶରେ ଧାରଣା ଦେଇଛନ୍ତି ଯୁବତୀ। ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ବ୍ରହ୍ମାନଗର ଅଞ୍ଚଳରେ। ସ୍ଥାନୀୟ ଅଞ୍ଚଳର ସୁମିତ ସାହୁଙ୍କ ସହ ଡିମ୍ପଲ ଦାଶଙ୍କର ଆଜି ବାହାଘର ପାଇଁ ଧାର୍ଯ୍ୟ ହୋଇଥିଲା। ଏହା ପୂର୍ବରୁ ଉଭୟଙ୍କ କୋର୍ଟ ମ୍ୟାରେଜ୍ ସରିଥିବା ବେଳେ ଆଜି ବୈଦିକ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଥାନ୍ତା। ଏ ନେଇ ଝିଅ ଘର ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ବର କିନ୍ତୁ ଠିକଣା ସମୟରେ ପହଞ୍ଚି ନଥିଲେ।

Advertisment

ତେଣୁ କନ୍ୟା ନିଜେ ଯାଇ ବର ଘର ଆଗରେ ଧାରଣା ଦେଇଥିଲେ। ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ବର ଘର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ସେପଟେ ଉଭୟ ପକ୍ଷ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାରୁ କୋର୍ଟ ଯାହା ଆଦେଶ ଦେବେ, ତାହା ପାଳନ କରିବୁ ବୋଲି କହିଛନ୍ତି ବ୍ରହ୍ମପୁର ଏସପି।

ସମ୍ପୃକ୍ତ ଯୁବତୀଙ୍କ ନାମ ଡିମ୍ପଲ ଦାଶ। ସେ ଜଣେ ହୋମିଓପାଥିକ୍‌ ଡାକ୍ତର। ସେ ବ୍ରହ୍ମପୁର ଟାଉନ୍‌ରେ ରୁହନ୍ତି। ତାଙ୍କର ଦେଖାହୁଏ ଏଲୋପାଥିକ୍‌ ଡାକ୍ତର ସସ୍ମିତ ସାହୁଙ୍କର ସହ। ପ୍ରଥମ ଦେଖାରେ ଉଭୟଙ୍କ ଭିତରେ ଗଢ଼ି ଉଠେ ବନ୍ଧୁତା। ପରବର୍ତ୍ତୀ ସମୟରେ ବନ୍ଧୁତା ପ୍ରେମର ରୂପ ନେଇଥିଲେ। ଉଭୟ ପରସ୍ପରକୁ ପ୍ରେମ କରୁଥିଲେ। ଯେଉଁଥିପାଇଁ ଡାକ୍ତର ଡିମ୍ପଲ ଓ ଡାକ୍ତର ସସ୍ମିତ ଦୀର୍ଘ  ୭ ମାସ ଧରି ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିବା ଅଭିଯୋଗ ହୋଇଛି। ପରେ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ ବୋଲି ଡମ୍ପଲ କହିଛନ୍ତି। ଏହା ପରେ ଦୁଇ ପରିବାର ସହମତିରେ ବୈଦିକ ରୀତିନୀତିରେ ବାହାଘର କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା।

Advertisment

ଆଜି ଡାକ୍ତର ଡିମ୍ପଲ ଓ ଡାକ୍ତର ସସ୍ମିତଙ୍କ ସାହାନାଇ ବାଜିବାର ଥିଲା। ସେଥିପାଇଁ ଡାକ୍ତର ଡିମ୍ପଲ କନ୍ୟା ବେଶରେ ସଜେଇ ହୋଇଥିଲେ। ହେଲେ ନିର୍ଦ୍ଧାରିତ ସମୟ ଭିତରେ କନ୍ୟା ଘରେ ପହଞ୍ଚି ନଥିଲା ବର। ଯାହାକୁ ନେଇ ବିଭ୍ରାନ୍ତରେ ପଡ଼ି ଯାଇଥିଲେ କନ୍ୟା ଡାକ୍ତର ଡିମ୍ପଲ ଦାଶ। ବହୁବାର ନିଜ ଭାବି ସ୍ୱାମୀଙ୍କ ସହିତ ଯୋଗାଯୋଗ କରିବାକୁ ଚାଷ୍ଟା କରିଥିଲେ। ମାତ୍ର ସମ୍ଭବ ହୋଇପାରିନଥିଲା।

Odisha Berhampur Bride
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ