Advertisment

ବିବାହର ୩ ମାସ ପରେ ସ୍ତ୍ରୀକୁ ବିକି ଦେଲା ସ୍ୱାମୀ, ଫେସ୍‌ବୁକରୁ ହୋଇଥିଲା ପ୍ରେମ...

ଟଙ୍କା ପାଇଁ ସ୍ତ୍ରୀକୁ ବିକି ଦେଲା ସ୍ୱାମୀ। ପ୍ରଥମେ ଫେସ୍‌ବୁକରେ ପ୍ରେମ ଆଉ ତା’ ପରେ ବାହାଘର। ବାହାଘରର ୩ ମାସ ପରେ ପତ୍ନୀଙ୍କୁ ବାହାର ରାଜ୍ୟରେ ବିକି ଦେଲା ସ୍ୱାମୀ।

ଅଦ୍ୟତନ ହୋଇଛି
 Woman Sold By Husband

Woman Sold By Husband

Advertisment

ପାଟଣାଗଡ଼: ଟଙ୍କା ପାଇଁ ସ୍ତ୍ରୀକୁ ବିକି ଦେଲା ସ୍ୱାମୀ। ପ୍ରଥମେ ଫେସ୍‌ବୁକରେ ପ୍ରେମ ଆଉ ତା’ ପରେ ବାହାଘର। ବାହାଘରର ୩ ମାସ ପରେ ପତ୍ନୀଙ୍କୁ ବାହାର ରାଜ୍ୟରେ ବିକି ଦେଲା ସ୍ୱାମୀ। ପରିବାର ଲୋକଙ୍କ ଅଭିଯୋଗ ପରେ ସମ୍ପୃକ୍ତ ମହିଳାଙ୍କୁ ପୋଲିସ୍‌ ଉଦ୍ଧାର କରିଛି। ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ସୁଲେକେଲାରୁ ଏଭଳି ଅଭିଯୋଗ ଆସିଛି। 

Advertisment

ସୂଚନା ଅନୁସାରେ, ସୁଲେକେଲାର ରାଜେଶ ରଣା ୩ ମାସ ପୂର୍ବେ ବିବାହ କରିଥିଲେ। ଫେସ୍‌ବୁକରେ ଜଣେ ଯୁବତୀଙ୍କ ସହ ପ୍ରଥମେ ତାଙ୍କର କଥାବାର୍ତ୍ତା ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଶେଷରେ ଉଭୟ ବିବାହ କରିଥିଲେ। ବିବାହ ପରେ କିଛି ଦିନ ଘରେ ରହିବା ପରେ ରାଜେଶ ପତ୍ନୀଙ୍କୁ ଧରି ଗତ ଜୁଲାଇରେ ଛତିଶଗଡ଼ ରାୟପୁରରେ ଇଟାଭାଟିରେ କାମ କରିବା ପାଇଁ ଚାଲି ଯାଇଥିଲେ। ସେଠାରୁ ରାଜେଶ ପତ୍ନୀଙ୍କୁ ନେଇ ରାଜସ୍ଥାନକୁ ଚାଲି ଯାଇଥିଲେ। ସେଠାରେ ସେ ଟଙ୍କା ପାଇଁ ପତ୍ନୀଙ୍କୁ ବିକ୍ରି କରି ଦେଇଥିଲେ ବୋଲି ଅଭିଯୋଗ ହୋଇଛି। କୁହାଯାଉଛି, ରାଜେଶ ୧ ଲକ୍ଷ ୮୦ ଟଙ୍କାରେ ପତ୍ନୀଙ୍କୁ ବିକ୍ରି କରି ଦେଇଥିଲେ। 

Advertisment

ଯୁବତୀଙ୍କ ପରିବାର ଲୋକ ଗତ ଅଗଷ୍ଟ ୨୭ରେ ରାଜେଶଙ୍କ ସହ ଯୋଗାଯୋଗ କରିଥିଲେ। ତାଙ୍କ ଝିଅ କାହା ସହ ଫେରାର ହୋଇ ଯାଇଥିବା ରାଜେଶ କହିଥିଲେ। ରାଜେଶଙ୍କ କଥାବାର୍ତ୍ତାରୁ ଯୁବତୀଙ୍କ ପରିବାର ଲୋକଙ୍କ ସନ୍ଦେହ ହେବାରୁ ଏନେଇ ସେ ଅଗଷ୍ଟ ୨୮ରେ ବଲାଙ୍ଗିର ଏସ୍‌ପିଙ୍କୁ ଭେଟି ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ କରାଯିବା ସହ ରାଜେଶଙ୍କ ଫୋନ୍‌ କଲ୍‌ ଟ୍ରାକ୍‌ କରି ବେଲପଡା ପୋଲିସ୍‌ ରାଜସ୍ଥାନରେ ପହଞ୍ଚି ଥିଲେ। ରାଜସ୍ଥାନରୁ ଯୁବତୀଙ୍କୁ ଉଦ୍ଧାର କରିବା ସହ ରାଜେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହାର୍ଟ ଅପରେସନ ପାଇଁ ଟଙ୍କା ଦରକାର ଥିବାରୁ ସ୍ତ୍ରୀକୁ ୬୦ ହଜାର ଟଙ୍କାରେ ବନ୍ଧକ ଦେଇଥିଲି ବୋଲି ରାଜେଶ ସଫେଇ ଦେଇଛନ୍ତି।

Bolangir Husband Sold Wife
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ