Advertisment

ସ୍ୱାମୀ ଜୀବନ ବଞ୍ଚାଇବାକୁ ଯାଇ ଦୁର୍ବୃତ୍ତଙ୍କ ଗୁଳି ଖାଇଲେ ପତ୍ନୀ

କଥା କଥାରେ ଗୁଳି ଫୁଟୁଥିବା ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବଢିଲାଣି ଦାଦାବଟି ଆଦାୟ ଦୌରାତ୍ମ୍ୟ ।

ଅଦ୍ୟତନ ହୋଇଛି
undefined

Crime

Advertisment

ଦାଦାବଟି ପାଇଁ ଗଡିଲା ମୁଣ୍ଡ । ସ୍ୱାମୀ ଆଗରେ ଗୁଳି ଖାଇ ପ୍ରାଣ ହରାଇଲେ ପତ୍ନୀ । ଦାଦାବଟି ଦେବାକୁ ମନାକରିବାରୁ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ନୂଆପଡା କୋମନା ଥାନା ଠୁଟିବର ଗାଁରେ । ସ୍ୱାମୀ ଶରତ ଚନ୍ଦ୍ର ସାହୁଙ୍କ ଅଭିଯୋଗ ଅନୁଯାୟୀ, ଜିଲ୍ଲା ମହୋତ୍ସବ କମିଟି ପକ୍ଷରୁ ଜଣେ କେହି ଆସି ରାତିରେ ଜୋର ଜବରଦସ୍ତ ୧୦ ହଜାର ଟଙ୍କା ଦାଦାବଟି ମାଗିଥିଲେ, ହେଲେ ଟଙ୍କା ଦେବାକୁ ମନା କରିବାରୁ ବନ୍ଧୁକ ଦେଖାଇ ଗୁଳି କରିଦେବ ବୋଲି କହିଥିଲା ଦୁର୍ବୃତ୍ତ । ତେବେ ଏହି ସମୟରେ ସ୍ୱାମୀକୁ ପଛକୁ କରି ସ୍ତ୍ରୀ କୁମୁଦିନୀ ଶବର ସାମ୍ନାକୁ ଆସିବାରୁ ଗୁଳି ମାଡ଼ରେ ସେହିଠାରେ ହିଁ ଟଳିପଡିଥିଲେ । ଆଉ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ଦୁର୍ବୃତ୍ତ ।

Advertisment

ଏପଟେ କଥା କଥାରେ ଗୁଳି ଫୁଟୁଥିବା ରାଜଧାନୀ ଭୁବନେଶ୍ୱର ରେ ମଧ୍ୟ ବଢିଲାଣି ଦାଦାବଟି ଆଦାୟ ଦୌରାତ୍ମ୍ୟ । ଦୁଇ ଦିନ ତଳେ ଭରତପୁର ଥାନା ଅନ୍ତର୍ଗତ କଳିଙ୍ଗ ନଗର କେ-୭ ଅଞ୍ଚଳରେ ଦାଦାବଟି ପାଇଁ ଜଣେ ଫଳ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ଦୁର୍ବୁତ୍ତମାନେ ହାଣିଥିବା ଖବର ଆତଙ୍କ ସୃଷ୍ଟି କରିଥିଲା । ଏହି ମାମଲାରେ ୪ ଜଣଙ୍କୁ ଗିରଫ ସହ ଏୟାରପୋର୍ଟ ଥାନା ଅଞ୍ଚଳରେ ମଧ୍ୟ ଦାଦାବଟି ପାଇଁ ଜଣେ ଦୁର୍ବୃତ୍ତକୁ ଗିରଫ କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଦାଦାବଟିକୁ ନା ସ୍ପେସାଲ ଡ୍ରାଇଭ ଯୋଗେ ନିୟମିତ ଭାବେ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥିବା ଭୁବନେଶ୍ୱର ଡିସିପି କହିଛନ୍ତି । ସେହିଭଳି କଟକରେ ମଧ୍ୟ ପାର୍ବଣ ପୂର୍ବରୁ ଏଭଳି ଅପରାଧ ଉପରେ ଅଙ୍କୁଶ ଲଗାଇବାକୁ ଅଣ୍ଟା ଭିଡିଲାଣି ପୋଲିସ । ଦାଦାବଟି ଓ ଜୋରଜବରଦସ୍ତ ଚାନ୍ଦା ଆଦାୟ କଲେ, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କଟକ ଡିସିପି କହିଛନ୍ତି ।

Advertisment

ଏହା ସହିତ ପୂଜା ସମୟରେ ଅପରାଧ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ନମ୍ବର ଜାରି କରାଯାଇଛି । କଟକ ପାଇଁ 63707 01550 ଏବଂ 87630 68464 ଏବଂ ଭୁବନେଶ୍ୱର ପାଇଁ 70771 98111 ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ।

(ରିପୋର୍ଟ- ନୂଆପଡାରୁ ମାୟାଧର ସରାଫ, କଟକରୁ ବିଶ୍ୱଜିତ ଆଚାର୍ଯ୍ୟ ଏବଂ ଭୁବନେଶ୍ୱରରୁ ଆଲୋକ ମହାନ୍ତି)

Advertisment
Woman Shot Dead Trying To Save Husband
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ