/odishatv-khabar/media/post_attachments/uploadimage/library/16_9/16_9_0/____1685601674.jpg)
Woman sets daughter on fire and kills self in chennai
ଏ କେମିତିକା ମା’ ? ସନ୍ତାନକୁ ସୁରକ୍ଷା ଦେବା ବଦଳରେ ଜୀବନରୁ ମାରିବା ପାଇଁ ନିଷ୍ପତ୍ତି ନେଲେ। ଝିଅ ଦେହରେ ନିଆଁ ଲଗାଇ ନିଜକୁ ଜାଳିଦେଲେ ମହିଳା। ତାମିଲନାଡୁ ଚେନ୍ନାଇର ମାଙ୍ଗାଡୁରେ ମଙ୍ଗଳବାର ଦିନ ଏହି ଅଭାବନୀୟ ଘଟଣା ଘଟିଛି। ମହିଳା ଜଣକ ପ୍ରଥମେ ନିଜ ଦିବ୍ୟାଙ୍ଗ ଝିଅ ଦେହରେ ନିଆଁ ଲଗାଇ ପରେ ନିଜ ଦେହରେ ନିଜେ ନିଆଁ ଲଗାଇ ଦେଇଥିଲେ।
Advertisment
ସୂଚନା ଅନୁସାରେ, ମହିଳା ଜଣକ ହେଲେ ଘର କୋଲାପକ୍କମ ଅଞ୍ଚଳର ସୁଲୋଚନା(୪୮)। ତାଙ୍କର ୧୮ ବର୍ଷୀୟ ଝିଅ ମୀନାକ୍ଷି ଦିବ୍ୟାଙ୍ଗ ଥିବାବେଳେ ତାଙ୍କର ଏହି କଷ୍ଟକୁ ସୁଲୋଚନା ଦେଖିପାରୁ ନଥିଲେ।
ତେଣୁ ସ୍ୱାମୀ ଓ ପୁଅ ବାହାରକୁ ଯିବାପରେ ସୁଲୋଚନା ଏଭଳି ଚରମ ପଦକ୍ଷେପ ନେଇଥିଲେ। ଝିଅ ଦେହରେ ନିଆଁ ଲଗାଇ ନିଜକୁ ଜାଳି ଦେଇଥିଲେ ସୁଲୋଚନା। ନିଆଁରେ ପୋଡ଼ି ହୋଇ ସୁଲୋଚନାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ମୀନାକ୍ଷିଙ୍କ ଚିକିତ୍ସା ଚାଲିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)