child sale
୭ ବର୍ଷର ନାତିକୁ ଝୁରି ଝୁରି ଜେଜେମା' ବିକଳ ହେଉଛି । ମୋ ନାତିକୁ କେଉଁଠି ବିକିଛ କୁହ । ମୋ ଘର କୂଳଦୀପ କେଉଁଠି ଅଛି ମୋତେ ଆଣିକି ଦିଅ । ମୋ ବଂଶ ବୁଡିଯିବ । ମୋ ପୁଅ ସହ ଗଣ୍ଡଗୋଳ କରି ନାତିକୁ ଧରି ବୋହୂ ୩ ବର୍ଷ ହେଲାଣି ଘର ଛାଡି ତା ବାପା ଘରେ ରହୁଥିଲା । ଏମିତି କି ଅଭାବ ଦେଖାଦେଲା ଯେ ନାତିକୁ ୨୦ ହଜାର ଟଙ୍କାରେ ବିକିଦେଲା । ବୋହୂକୁ ପଚାରିଲେ କହୁଛି ମୋ ଦେହ ଯିଏ ଭଲ କଲା ମୁଁ ତାକୁ ବିକିଛି । ମୁଁ ଜନ୍ମ କରିଥିଲି ବିକିଲି, ତୁମର କ’ଣ ଗଲା ବୋଲି କହି ପାଲଟା ଧମକ ଦେଉଛି ବୋଲି ଜେଜେମା କାନ୍ଦି କାନ୍ଦି ତଳେ ଲୋଟି ପଡୁଛି ।
ସ୍ୱାମୀ ପ୍ରଶାନ୍ତ ମଧ୍ୟ ନିଜ ପୁଅ କଥା ଭାବି ଅଥୟ ହେଉଛନ୍ତି । କହୁଛନ୍ତି ଯେ, କାହାକୁ ବିକିଲା ମୋ ପୁଅକୁ ମୋ ସ୍ତ୍ରୀ କିଛି କହୁନି । ଜିଲ୍ଲା ପ୍ରଶାସନକୁ ମୋର ଏତିକି ଅନୁରୋଧ ମୋ ପୁଅକୁ ମୋତେ ଫେରାଇ ଦିଆଯାଉ । ମୋତେ ଯେତେ କଷ୍ଟ ହେଲେ ବି ମୁଁ ତାକୁ ପାଳିବି । କାମ କରିବାକୁ ବାହାରକୁ ଯାଇଥିବା ବେଳେ ମୋ ସ୍ତ୍ରୀ ଏଭଳି କାଣ୍ଡ କରିଛି ବୋଲି ଅଭିଯୋଗ କରିଛନ୍ତି ଶିଶୁର ବାପା ।
ଅଧିକ ପଢନ୍ତୁ: ଭିଜିଲାନ୍ସ ଜାଲରେ R&B ଡିଭିଜନ ଯନ୍ତ୍ରୀ, ୮ଟି ସ୍ଥାନରେ ରେଡ୍
ଯାଜପୁର ଟାଉନ ଥାନା ବଡ଼ସୁଆର ଗାଁରେ ଶିଶୁ ବିକ୍ରି ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତ କରୁଛନ୍ତି ଶିଶୁ ସୁରକ୍ଷା ବିଭାଗ । କାହିଁକି ତା' ନିଜ ଛୁଆକୁ ବିକିଲା ମା' ? କି ଅଭାବ ତାକୁ ବାଧ୍ୟ କଲା ଛୁଆ ବିକିବାକୁ ? କେଉଁଠି ଓ କାହାକୁ ଛୁଆକୁ ବିକିଲା ମୁହଁ ଖୋଲୁନି କାହିଁକି ମା' । ଏ ନେଇ ଶିଶୁ ବିକ୍ରି କରିଥିବା ମହିଳାଙ୍କ ପ୍ରତିକ୍ରିୟା ମିଳିପାରିନି । ହେଲେ ଏଇଠି ଗୋଟିଏ କଥା ସାମ୍ନାକୁ ଆସୁଛି ଯେ, ଏତେ ସବୁ ସରକାରୀ ଯୋଜନା ପରେ ଶିଶୁ ବିକ୍ରି ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି ନିଶ୍ଚୟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/child_sale_1748001898.jpg)