Advertisment

ରାତିରେ ସ୍ୱାମୀଙ୍କ ସହ ମିଶି ଭୋଜି କଲେ, ସକାଳେ ମିଳିଲା ଝୁଲନ୍ତା ମୃତଦେହ

ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ଅଦ୍ୟତନ ହୋଇଛି
Woman's Dead Body Found Hanging In Bhubanewsar

Woman's Dead Body Found Hanging In Bhubanewsar

Advertisment

ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ମୃତ ମହିଳାଙ୍କ ନାଁ ପ୍ରଜ୍ଞା ପାରମିତା ଧଳ। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭାଗବତ ସନ୍ଧାନ ସ୍ଥିତ ଘର ଭିତରେ ଝୁଲନ୍ତା ଅବସ୍ଥାରେ ପ୍ରଜ୍ଞାଙ୍କ ମୃତଦେହ ଉଦ୍ଧାର ହୋଇଛି।

Advertisment

ସୂଚନା ଅନୁସାରେ, ଗତକାଲି ପ୍ରଜ୍ଞା, ସ୍ୱାମୀଙ୍କ ସହ ମିଶି ପଡୋଶୀଙ୍କ ଘରେ ଭୋଜି କରିଥିଲେ। ତେବେ ଆଜି ସକାଳେ  ନିଜ ଘର ଭିତରେ ଝୁଲନ୍ତା ଅବସ୍ଥାରେ ପ୍ରଜ୍ଞାଙ୍କ ମୃତଦେହ ମିଳିବା ନେଇ ସନ୍ଦେହ ବଢ଼ିଛି। ରାତିରେ କ’ଣ ଘଟିଲା ସେ ମହିଳା ଆତ୍ମହତ୍ୟା କଲେ, ତାହା ଜଣାପଡ଼ିନି।

ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପାରିବାରିକ କଳହ ନା ଅନ୍ୟ କିଛି କାରଣକୁ ନେଇ ପ୍ରଜ୍ଞାଙ୍କ ମୃତ୍ୟୁ ଘଟିଛି, ପୋଲିସ୍‌ ଏହାର ତଦନ୍ତ କରୁଛି। ଗତ ୬ ବର୍ଷ ପୂର୍ବେ ପ୍ରଜ୍ଞାଙ୍କ ବିବାହ ହୋଇଥିଲା। 

Advertisment
Deadbody Found Deadbody Found Hanging
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ