Advertisment

ଟଙ୍କା ପାଇଁ ଏ ମଣିଷ କିଛି ବି କରିପାରେ ! ଶେଷରେ ବାପାର ସ୍ତ୍ରୀ ହେବାକୁ ବି ପଛାଇଲାନି ଝିଅ...

ଆଲିଗଞ୍ଜରେ ଥିବା ସବ-ଡିଭିଜନାଲ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ କରିଥିବା ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ମୋହସିନା ପେନ୍‌ସନ୍‌ ଆବେଦନପତ୍ରରେ ଚତୁରତାର ସହ ତାଙ୍କ ମା’ଙ୍କ ନାମ ଏବଂ ନିଜର ଫଟୋଗ୍ରାଫ୍‌ ବ୍ୟବହାର କରି ଟଙ୍କା ହଡ଼ପ୍ କରିଛନ୍ତି।

ଅଦ୍ୟତନ ହୋଇଛି
Fraud

Fraud

Advertisment

କୁହାଯାଏ, ଟଙ୍କା ପାଇଁ ଏ ମଣିଷ କିଛି ବି କରିପାରେ । ବାସ୍ତବ ଦୁନିଆରେ ଏହାର ଅନେକ ଉଦାହରଣ ବି ଦେଖିବାକୁ ମିଳିଛି । ଆମେ ଆମ ଚାରି ପାଖରେ ଦେଖିଛନ୍ତି, ଟଙ୍କା ପାଇଁ କିଭଳି ଲୋକେ ନିଜ ବାପା - ମାଆ ତଥା ଭାଇ-ଭଉଣୀଙ୍କୁ ଜୀବନରେ ମାରିଦେବାକୁ ବି ପଛାଉ ନାହାନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ସମ୍ପର୍କରେ କହିବୁ ତାହା ଏହି ସବୁ ଘଟଣାଠାରୁ ଟିକେ ନିଆରା । ଆଗରୁ ବୋଧ ହୁଏ ଆପଣ କେବେ ଏମିତି ଘଟଣା ଶୁଣିନଥିବେ କିମ୍ବା ଦେଖିନଥିବେ ।

Advertisment

ପୁରା କାହାଣୀଟି ହେଲା, ଟଙ୍କା ପାଇଁ ଏଠି ନିଜ ବାପାର ସ୍ତ୍ରୀ ସାଜିଲା ଝିଅ । କଥାଟା ଅଡ଼ୁଆ ଲାଗୁଥିଲେ ବି ସତ । ଉତ୍ତରପ୍ରଦେଶରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ଝିଅ ଟଙ୍କା ପାଇଁ ବାପାର ସ୍ତ୍ରୀ ଭୂମିକା ନିଭାଇବାକୁ ବି ପଛାଇ ନାହିଁ। ଉତ୍ତର ପ୍ରଦେଶର ଆଲିଗଡ଼ରେ ଦେଖିବାକୁ ମିଳିଛି ଏପରି ଘଟଣା। ବାପା ଚାଲିଯିବା ପରେ ନିଜକୁ ତାଙ୍କ ପତ୍ନୀ ଭାବେ ଦର୍ଶାଇ ୧୦ ବର୍ଷ ଧରି ପେନସନ୍ ଟଙ୍କା ଉଠାଇ ନେଉଛି ଝିଅ ।

ସୂଚନା ଅନୁସାରେ, ମୋହସିନା ପରଭେଜ (୩୬)ଙ୍କ ବାପା ୱାଜାହତ ଉଲ୍ଲା ଖାନଙ୍କର ୨ ଜାନୁୟାରୀ ୨୦୧୩ରେ ମୃତ୍ୟୁ ଘଟିଥିଲା । ସେ ଉତ୍ତର ପ୍ରଦେଶ ସରକାରରେ ରାଜସ୍ୱ କିରାଣୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ଅବସର ମଧ୍ୟ ହୋଇ ସାରିଥିଲା। ଏହାପରେ ମୋହସିନା ପିତାଙ୍କ ପେନସନକୁ କିପରି ଉଠାଣ କରିବେ ସେଥିପାଇଁ ଯୋଜନା କରିଥିଲେ। ସେ ନିଜକୁ ତାଙ୍କ ପିତାଙ୍କ ପତ୍ନୀ ଭାବେ ଦର୍ଶାଇ ସମସ୍ତ ଡକ୍ୟୁମେଣ୍ଟ୍ ଯୋଗାଡ଼ କରିଥିଲେ।

Advertisment

ରିପୋର୍ଟ ଅନୁସାରେ, ମୋହସିନା ବର୍ତ୍ତମାନ ପର୍ଯ୍ୟନ୍ତ ମାସିକ ୧୦ ହଜାର ହିସାବରେ ୧୨ ଲକ୍ଷ ଟଙ୍କା ପେନସନ୍ ଆଣି ସାରିଛନ୍ତି। ସେ ୨୦୧୭ରେ ଫାରୁକ୍ ଅଲିଙ୍କୁ ବିବାହ କରିଥିଲେ। କିନ୍ତୁ ସେମାନଙ୍କ ସମ୍ପର୍କରେ ଫାଟ ହୋଇଯିବାରୁ ଦୁହେଁ ଅଲଗା ରହୁଥିଲେ। ଏ ବାବଦରେ ଫାରୁକ୍ ସବୁ ଜାଣିଥିଲେ। ଗତବର୍ଷ ଏନେଇ ଫାରୁକ୍ ଥାନାରେ ଅଭିଯୋଗ କରିବା ପରେ ପୂରା ଘଟଣାର ପର୍ଦ୍ଦାଫାସ୍ ହୋଇଛି।

୨୦୨୨ରେ ଫାରୁକ୍ ଅଭିଯୋଗ କରିବା ପରେ ତଦନ୍ତ ଜାରି ରହିଥିଲା। ଆଲିଗଞ୍ଜରେ ଥିବା ସବ-ଡିଭିଜନାଲ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ କରିଥିବା ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ମୋହସିନା ପେନ୍‌ସନ୍‌ ଆବେଦନପତ୍ରରେ ଚତୁରତାର ସହ ତାଙ୍କ ମା’ଙ୍କ ନାମ ଏବଂ ନିଜର ଫଟୋଗ୍ରାଫ୍‌ ବ୍ୟବହାର କରି ଟଙ୍କା ହଡ଼ପ୍ କରିଛନ୍ତି। ଜଣେ କିରାଣୀ ଏବଂ ଜଣେ କନଷ୍ଟେବଳଙ୍କ ଦ୍ୱାରା ପ୍ରାମାଣିକୃତ ହୋଇଥିବା ଏହି ଆବେଦନ, ଚୂଡ଼ାନ୍ତ କ୍ଲିୟରାନ୍ସ ପାଇଁ ଜିଲ୍ଲା ରାଜକୋଷକୁ ପଠାଯାଇଛି।

Advertisment

ଆଲିଗଞ୍ଜ ପୋଲିସ୍ ଷ୍ଟେସନରେ ମୋହସିନାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। 

Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ