Advertisment

ପାପ ଲୁଚାଇବାକୁ ସ୍ୱାମୀକୁ ମାରିଲା ସ୍ତ୍ରୀ; ଟିକିଏ ଖୁସି ପାଇଁ ଭୁଲିଗଲା ୧୨ ବର୍ଷର ସମ୍ପର୍କ..

ୟେ ଏମିତି ଏକ ଘଟଣା, କେହି ସହଜରେ ବିଶ୍ୱାସ କରିପାରୁନାହାଁନ୍ତି। ୟେ ଏମିତି ଏକ ବୀଭତ୍ସ ଏବଂ ରକ୍ତରଂଜିତ କାହାଣୀ, ବୋଧହୁଏ କେହି କେବେ ଦେଖିନାହାଁନ୍ତି।

undefined

Wife Killed Husband

Advertisment

୧୨ ବର୍ଷର ଦାମ୍ପତ୍ୟ ଜୀବନ। ପାଖରେ ପୁଅଟିଏ, ଝିଅଟିଏ ବି ଅଛି। କିନ୍ତୁ ଦୁର୍ଭାଗ୍ୟ, ଏହି ସୁନାର ସଂସାରକୁ ଚୁନା କରିଦେଲା ପରକୀୟା ପ୍ରୀତି ଏବଂ ପାରିବାରିକ ବିବାଦ। ପର ପୁରୁଷ ପ୍ରେମରେ ଉବୁଟୁବୁ ପତ୍ନୀ ନିଜ ମା ସହ ମିଶି ହେମଦସ୍ତାରେ ଛେଚି ସ୍ୱାମୀକୁ ଯେଭଳି ହତ୍ୟା କଲା ଏବଂ ଘରେ ଗାତ ଖୋଳି ଶବକୁ ୨୦ ଦିନ ଧରି ପୋତି ରଖିଲା, ସାରା ନୟାଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି। ଶେଷରେ ଘଟଣାର ଖୁଲାସା କରି ମା ସହ ଝିଅ ଓ ପ୍ରେମିକକୁ ଧରି ଖୋଳତାଡ଼ କରୁଛି ପୋଲିସ।

Advertisment

ୟେ ଏମିତି ଏକ ଘଟଣା, କେହି ସହଜରେ ବିଶ୍ୱାସ କରିପାରୁନାହାଁନ୍ତି। ୟେ ଏମିତି ଏକ ବୀଭତ୍ସ ଏବଂ ରକ୍ତରଂଜିତ କାହାଣୀ, ବୋଧହୁଏ କେହି କେବେ ଦେଖିନାହାଁନ୍ତି। ୧୨ ବର୍ଷ ଧରି ଯେଉଁ ସ୍ୱାମୀଙ୍କ ସହ ସଂସାର କରିଥିଲା ସ୍ତ୍ରୀ, ସେହି ସ୍ତ୍ରୀ ହାତରେ ଯେ ସ୍ୱାମୀର ହେବ ମରଣ, ସମସ୍ତଙ୍କ କଳ୍ପନା ବାହାରେ। ନିଜ ପାପ ସଂପର୍କର ମୋହ ମାୟାରେ ପଡ଼ି ଆଜି ସ୍ୱାମୀକୁ ହତ୍ୟା କରିବା ସହ ସୁନାର ସଂସାରକୁ ଚୁନା କରିଦେଇଛି ପତ୍ନୀ।

ସଂଗୀନ ଅଭିଯୋଗ ଆସିଥିବା ମହିଳାଙ୍କ ନାଁ ଜ୍ୟୋତ୍ସ୍ନାରାଣୀ ନାୟକ। ନିଜ ମା ଡମଣି ପ୍ରଧାନଙ୍କ ସହ ମିଶି ସ୍ୱାମୀ ପ୍ରକାଶ ନାୟକଙ୍କୁ ହେମଦସ୍ତାର ପୁଆରେ ଛେଚି ହତ୍ୟା କରିଛନ୍ତି ନୟାଗଡ଼ ଓଡଗାଁ ଥାନା କୋମଣ୍ଡ ଗାଁରେ। ଆଉ ଚାଳଛପର ଘରେ ମରଶରୀରକୁ ମାଟି ଖୋଳି ପୋତିଦେଇଥିଲେ ପ୍ରମାଣ ନଷ୍ଟ ପାଇଁ। ଶେଷରେ ମାଟି ଖୋଳି ପ୍ରକାଶଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ। ତା ସହ ମା ଓ ଝିଅ ସହ ପ୍ରେମିକକୁ ଧରି ପୋଲିସ ଖୋଳତାଡ଼ କରୁଛି।

Advertisment

୧୨ ବର୍ଷର ଦାମ୍ପତ୍ୟ ଜୀବନ। ଜ୍ୟୋତ୍ସ୍ନାରାଣୀ ଓ ପ୍ରକାଶଙ୍କ ଔରସରୁ ଗୋଟିଏ ପୁଅ ଏବଂ ଝିଅଟିଏ ବି ଅଛି। କିନ୍ତୁ ପତ୍ନୀର ପରକୀୟା ପ୍ରୀତି ଆଜି ଉଜାଡ଼ି ଦେଇଛି ସଂସାର। କୁହାଯାଉଛି, ସ୍ୱାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ସ୍ତ୍ରୀ ଜ୍ୟୋତ୍ସ୍ନା ତିଆରି କରିଥିଲା ବ୍ଲୁ ପ୍ରିଣ୍ଟ। ଜାନୁୟାରୀ ୨୩। ଖାଇପିଇ ଶୋଇଯାଇଥିଲେ ସ୍ୱାମୀ ପ୍ରକାଶ। ଠିକ୍ ଏହି ସମୟରେ ମା ଡମଣୀ ସହ ମିଶି ହେମଦସ୍ତା ପୁଆରେ ଆକ୍ରମଣ କରି ପ୍ରକାଶଙ୍କୁ ହତ୍ୟା କରିବା ସହ ମାଟି ଖୋଳି ପୋତିଦେଇଥିଲା ଜ୍ୟୋତ୍ସ୍ନା।

ଆଶ୍ଚର୍ଯ୍ୟର କଥା, ଏତେବଡ଼ ଅପରାଧ ସତ୍ତ୍ୱେ କେହି ବି ଟେର୍ ପାଇପାରିନଥିଲେ। ୨୦ ଦିନ ଧରି ପୁଅ ପ୍ରକାଶର କୌଣସି ଖୋଜଖବର ନପାଇବାରୁ ବାପା ଗୋକୁଳ ନାୟକ ଓଡ଼ଗାଁ ଥାନାକୁ ଯାଇ ଦାୟାର କରିଥିଲେ ନିଖୋଜ ମାମଲା। ତେବେ ଥାନାରେ ପ୍ରକାଶଙ୍କ ଆଧାର କାର୍ଡ ଦରକାର ପଡ଼ିବାରୁ କୋମଣ୍ଡ ଗାଁକୁ ଆସିଥିଲେ ଗୋକୁଳ। ଠିକ୍ ଏହି ସମୟରେ ଘର ଭିତରେ ଦୁର୍ଗନ୍ଧ ହେବା ସହ ଉଚ୍ଚଥିବା ମାଟି ଚଟାଣକୁ ଦେଖି ସନ୍ଦେହ କରିଥିଲେ। ଏକଥା ଜାଣିବା ପରେ ପତ୍ନୀକୁ ଧରି ଖୋଳତାଡ଼ କରିଥିଲା ପୋଲିସ। ଆଉ ଗତକାଲି କ୍ରାଇମସିନ୍ ରିକ୍ରିଏସନ ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଏହି ସ୍ଥାନରେ ମାଟିଖୋଳି ମୃତଦେହ ଉଦ୍ଧାର କରିଥିଲା।

Advertisment

ଓଡ଼ଗାଁ ପୋଲିସ ବର୍ତ୍ତମାନ ପ୍ରକାଶଙ୍କ ପତ୍ନୀ ଜ୍ୟୋତ୍ସ୍ନା, ଶାଶୁ ଡମଣୀ ଏବଂ ଜ୍ୟୋତ୍ସ୍ନାଙ୍କ ପ୍ରେମିକ କୁହାଯାଉଥିବା ଯୁବକଙ୍କୁ ଧରି ଖୋଳତାଡ଼ କରିବା ସହ ହତ୍ୟାରେ ବ୍ୟବହୃତ ହେମଦସ୍ତା ଏବଂ ରକ୍ତ ଲଗା ଶେଯକୁ ଜବତ କରିଛି।

Crime In Odisha Wife Killed Husband
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ