Advertisment

ନିଜ ପାପକର୍ମ ଲୁଚାଇବାକୁ ଯାଇ ବୋହୂ ଖେଳିଲା ରକ୍ତର ହୋଲି, ଘର ଭିତରେ ଗଳାକାଟି ଶାଶୁର ଜୀବନ ନେଲା...

ଅନ୍ୟ ପୁରୁଷଙ୍କ ସହ ବୋହୂର ଅନୈତିକ ସମ୍ପର୍କ ଥିବା କଥା ଶାଶୁ ଜାଣିବା ପରେ ସବୁଦିନ ପାଇ ରାସ୍ତାରୁ ହଟାଇବା ପାଇଁ ବୋହୂ ରଚିଲା ମର୍ଡର ପ୍ଲାନ୍‌। ପୂର୍ବ ଯୋଜନା ମୁତାବକ ଘର ଭିତରେ ଶାଶୁଙ୍କୁ ଗଳାକାଟି ହତ୍ୟା କଲା ବୋହୂ।

Woman Killed Mother In Law In Bhubaneswar

Woman Killed Mother In Law In Bhubaneswar

Advertisment

ନିଜର ପାପକର୍ମ ଲୁଚାଇବାକୁ ଯାଇ ବୋହୂ ଖେଳିଲା ରକ୍ତର ହୋଲି। ଅନ୍ୟ ପୁରୁଷଙ୍କ ସହ ବୋହୂର ଅନୈତିକ ସମ୍ପର୍କ ଥିବା କଥା ଶାଶୁ ଜାଣିବା ପରେ ସବୁଦିନ ପାଇ ରାସ୍ତାରୁ ହଟାଇବା ପାଇଁ ବୋହୂ ରଚିଲା ମର୍ଡର ପ୍ଲାନ୍‌। ପୂର୍ବ ଯୋଜନା ମୁତାବକ ଘର ଭିତରେ ଶାଶୁଙ୍କୁ ଗଳାକାଟି ହତ୍ୟା କଲା ବୋହୂ। ଏଥିସହ ପ୍ରମାଣ ନଷ୍ଟ ପାଇଁ ସେ ପାରୁ ପର୍ଯନ୍ତ ଚେଷ୍ଟା ମଧ୍ୟ କରିଥିଲେ।ଭୁବନେଶ୍ୱର ଖଣ୍ଡଗିରି ବାରିରେ ବୃଦ୍ଧାଙ୍କୁ ହତ୍ୟା ଘଟଣାର ଏମିତି କିଛି ପର୍ଦ୍ଦାଫାଶ କରିଛି ପୋଲିସ। ଅଭିଯୁକ୍ତ ବୋହୂର ନାଁ ବୈଶାଖୀ ପଲେଇ ଓ ମୃତକଙ୍କ ନାଁ ମଦା ପଲେଇ।

Advertisment

ସୂଚନା ଅନୁସାରେ, ଗତ ୧୫ ତାରିଖ ରାତିରେ ଘର ଭିତରେ ଶାଶୁଙ୍କୁ ନିର୍ମମ ଭାବେ ଗଳା କାଟି ହତ୍ୟା କରିଥିଲା ଅଭିଯୁକ୍ତ ବୈଶାଖୀ। ଏଥିସହ ପ୍ରମାଣ ନଷ୍ଟ ପାଇଁ ସେ ପାରୁ ପର୍ଯନ୍ତ ଚେଷ୍ଟା କରିଥିଲେ । ଶାଶୁଙ୍କୁ ହତ୍ୟା ପରେ ସେ ନିଜକୁ ଆକ୍ରମଣ କରିବାର ବାହାନା କରିଥିଲେ। ଏଥିଯୋଗୁ ସେ ଗୁରୁତର ହେବା ସହ ଅଚେତ ମଧ୍ୟ ହୋଇପଡିଥିଲେ। 

ତାଙ୍କୁ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ବୈଶାଖୀଙ୍କୁ ପୋଲିସ୍‌ ପଚରାଉଚରା କରିଥିଲା। ଏହାପରେ ସେ ନିଜେ ତାଙ୍କ ଶାଶୂଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ଭରତପୁର ପୋଲିସ ଅଭିଯୁକ୍ତ ବୈଶାଖୀଙ୍କୁ ଗିରଫ ସହ ଘଟଣାର ତଦନ୍ତ ଚଳାଇଛି।  ପରକୀୟା ପ୍ରୀତି ହତ୍ୟାକାଣ୍ଡ ଘଟିଥିବା ପୋଲିସ୍‌ ସୂଚନା ଦେଇଛି।

Advertisment

ହତ୍ୟାକାଣ୍ଡର ୮ ଦିନ ପରେ ପାଇଖାନା ଟାଙ୍କିରୁ ପ୍ରମାଣ ଖୋଜିଥିଲା ପୋଲିସ । ହତ୍ୟାରେ ବ୍ୟବହୃତ ଛୁରୀ ଖୋଜିବା ପାଇଁ ପାଇଖାନା ଟାଙ୍କି ସଫା କରିଥିଲା ପୋଲିସ । ଏହାପରେ ବୋହୂ ବୈଶାଖୀଙ୍କ ସମ୍ପୃକ୍ତି ନେଇ ପୋଲିସକୁ ଠୋସ ପ୍ରମାଣ ମିଳିଥିଲା। 

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ