Advertisment

ପୋଲିସ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ; ପରିବାର ପକ୍ଷରୁ ୧୦ ଲକ୍ଷ ଦାବି

ପୋଲିସ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ । ଗଞ୍ଜାମରୁ ସାମ୍ନାକୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଗଞ୍ଜାମ ଜରଡ଼ା ଥାନା ଧାଡିଆମ୍ବ ଗାଁର ରାହାସ ଶବର ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିବାକୁ ଯାଇିଥିବାବେଳେ, ପୋଲିସକୁ ବିରୋଧର କରିବାରୁ ମହିଳା ଜଣକ ‌ଆକ୍ରମଣର ଶିକାର ହୋଇଲେ । ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି ।

police attack

ସୂଚନା ଅନୁସାରେ, ଗତ ୨୨ ତାରିଖରେ ପାତ୍ରପୁର ବିଡିଓ ପ୍ରକାଶ ଦାସଙ୍କୁ ଗାଁର କିଛି ମହିଳା ଓ ଯୁବକ ଅପରହଣ କରିବା ସହ ୪ ଘଣ୍ଟା ଯାଏ ଅଟକ ରଖିଥିଲେ । ଖବର ପାଇ ପୋଲିସ ଗାଁରେ ପହଞ୍ଚି ମୃତ ମହିଳାଙ୍କ ସ୍ୱାମୀଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଥିଲା । ତେବେ ଗିରଫଦାରୀକୁ ବିରୋଧ ବେଳେ ଆକ୍ରମଣକର ଶିକାର ହେବା ପରେ ଅସୁସ୍ଥ ହୋଇପଡି ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଜରଡା ଥାନାରେ ଅଭିଯୋଗ ହୋଇଥିଲା ବେଳେ, ବ୍ରହ୍ମପୁର ବଡ଼ ମେଡିକାଲରେ ଶବ ବ୍ୟବଚ୍ଛେଦ କରାଯାଇଛି ।

ଅନ୍ୟପକ୍ଷେ, ମହିଳାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି ହୋଇଛି ।

Advertisment
Ganjam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ